ଗଜପତିରେ ୧,୫୭୨ ଅଯୋଗ୍ୟ ରାସନକାର୍ଡ ଧାରୀ ।
ଗଜପତି,୧୦.୩(ମନୋଜ ପାଢ଼ୀ):- ବୁହୁ ଅଯୋଗ୍ୟ ହିତାଧିକାରୀ ରାସନକାର୍ଡ ହାତେଇଛନ୍ତି । ସେମାନଙ୍କୁ ବାଦ୍ ଦେବା ସହ ରାସନ୍ ବଣ୍ଟନ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ପାଇଁ ରାଜ୍ୟ ସରକାର ଇି- କେୱଆଇସି ପ୍ରକିୟା ଆରମ୍ଭ କରିଥିଲେ। ଗତ ଡିସେମ୍ବରରୁ ବର୍ତମାନ ଯାଇଁ ଇ-କେୱଆଇସି ପ୍ରକିୟାରେ ମିଳିବା ତଥ୍ୟ ଅନୁସାରେ ଗଜପତି ଜିଲ୍ଲାରେ ମୋଟ ୧,୫୦,୭୬୦ ରାସନକାର୍ଡ କାର୍ଯ୍ୟ କ୍ଷମ ଥିବା ବେଳେ ୪,୮୫,୦୬୧ ହିତାଧିକାରୀ ରହିଛନ୍ତି। ସେମାନଙ୍କୁ ମଧ୍ୟରୁ ୪,୬୫,୩୩୫ଙ୍କ କେୱଆଇସି ସରିଛି। ଆହୁରି ୧୮,୫୨୪ ଜଣ ହିତାଧିକାରୀ କେୱଆଇସି କରିନାହାନ୍ତି। ସେହି ଭଳି ବର୍ତମାନ ସୁଦ୍ଧା ୧ହଜାର ୫୭୨ ଅଯୋଗ୍ୟ ରାସନକାର୍ଡ ଧାରୀ ଚିହ୍ନଟ ହୋଇଥିବା ଜଣାପଡିଛି।
ଇ- କେୱଆଇସି ପ୍ରକିୟା ସରି ନଥିବା ବେଳେ ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଥିବା ଅଯୋଗ୍ୟଙ୍କୁ ମଧ୍ୟରେ ସର୍ବାଧିକ ମୋହନା ବ୍ଲକରେ ୪୦୩ ଜଣ ରହିଛନ୍ତି। ସେହିଭଳି ଗୋଷାଣୀ ବ୍ଲକରେ ୧୬୬, ରାଇଗଡ ବ୍ଲକରେ ୨୮୯, ଗୁମ୍ମା ବ୍ଲକରେ ୬୭, କାଶୀନଗର ବ୍ଲକରେ ୧୭୬, ରା, ଉଦୟଗିରି ରେ ୫୧, ନୂଆଗାଁରେ ୩୫, କାଶୀନଗର ଏନଏସି ରେ ୪୬, ପାରଳାଖେମୁଣ୍ଡି ପୈରପରିଷଦରେ ୩୩୯ ଜଣ ଅଯୋଗ୍ୟ ଚିହ୍ନଟ ହୋଇଥିବା ଜଣାପଡିଛି। ନୂତନ ହୀତକାରୀ ଚୟନ ସକାଶେ ଅନଲାଇନ୍ ରେ ଆବେଦନ ପାଇଁ ସରକାର ଘୋଷଣା କରିଥିଲେ।
ବର୍ତ୍ତମାନ ସୁଦ୍ଧା ୭ ଗୋଟି ବ୍ଲକରେ , ଗୋଟିଏ ବିଜ୍ଞାପିତ ଅଞ୍ଚଳ ପରିଷଦ, ଗୋଟିଏ ପୈରପରିଷଦ ରେ ୧୭,୯୩୬ ଜଣ ଆବେଦନ କରିଛନ୍ତି। ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦିଆଯାଇ ନୂତନ ଆବେଦନ କାରିଙ୍କ ଦସ୍ତାବିଜ ଯାଞ୍ଚ କରାଯାଉଛି। ସମସ୍ତ ପ୍ରକିୟା ସରିବା ପରେ ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରେ ସାମିଲ କରାଯିବ ବୋଲି ଉପଜିଲ୍ଲାପାଳ ଅନୁପ ପଣ୍ଡା ପ୍ରକାଶ କରିଛନ୍ତି ।
