ଗଜପତିରେ ଲୋକ ଅଦଲାତ୩୮୩୫ଟି ମାମଲା ରୁ ୨୪୯୮ଟି ମାମଲା ସମାଧାନ, ସର୍ବମୋଟ ୮,୪୨,୪୨୫ ଟଙ୍କା ଆଦାୟ ।

ଗଜପତିରେ ଲୋକ ଅଦଲାତ୩୮୩୫ଟି ମାମଲା ରୁ ୨୪୯୮ଟି ମାମଲା ସମାଧାନ, ସର୍ବମୋଟ ୮,୪୨,୪୨୫ ଟଙ୍କା ଆଦାୟ ।

ଗଜପତିରେ ଲୋକ ଅଦଲାତ୩୮୩୫ଟି ମାମଲା ରୁ ୨୪୯୮ଟି ମାମଲା ସମାଧାନ, ସର୍ବମୋଟ ୮,୪୨,୪୨୫ ଟଙ୍କା ଆଦାୟ ।

ଗଜପତି, ୧୪।୩(ମନୋଜ ପାଢ଼ୀ )-: ଜାତୀୟ ଓ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକାରଣଙ୍କ ନିର୍ଦ୍ଦେଶ କ୍ରମେ ୨୦୨୬ ମସିହାର ପ୍ରଥମ ଜାତୀୟ ଲୋକ ଅଦାଲତ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି, ଆର୍. ଉଦୟଗିରି, ମୋହନା ଓ କାଶୀନଗର ଗ୍ରାମ ନ୍ୟାୟାଳୟରେ ଆୟୋଜିତ ହୋଇଥିଲା । ଗଜପତି ଜିଲ୍ଲା ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକାରଣ ଅଧ୍ୟକ୍ଷ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଲୋକ ଅଦାଲତରେ ପରିବାର ଅଦାଲତର ବିଚାରପତି ଡ଼ଃ ଜୀବନଜ୍ୟୋତି ରଥ, ଅତିରିକ୍ତ ଜିଲ୍ଲା ଓ ସେସନ୍ସ ଜଜ୍ ବିଭୁ ପ୍ରସାଦ ପଣ୍ଡା, ବିଶେଷ ଅଦାଲତର ଅତିରିକ୍ତ ଜିଲ୍ଲା ଓ ସେସନ୍ସ ଜଜ୍ ସତ୍ୟନାରାୟଣ ପାତ୍ର, ସିଭିଲ୍ କୋର୍ଟର ରେଜିଷ୍ଟ୍ରାର ପ୍ରସନ୍ନ କୁମାର ବେହେରା, ସିନିୟର ଡିଭିଜନ ସିଭିଲ୍ ଜଜ୍ ତଥା ମହିଳା ଅଦାଲତର ରସ୍ମିତା ସାହୁ, ପାରଳାଖେମୁଣ୍ଡି ଏସଡିଜେଏମ୍ ବିଷ୍ଣୁପ୍ରିୟା ସାମନ୍ତରାୟ ପାରଳାଖେମୁଣ୍ଡି ଜେଏମ୍ଏଫସି ସତ୍ୟଜିତ ପାଣି ଉପସ୍ଥିତ ରହି ନିଜ ନିଜ ଅଦାଲତରେ ଲୋକ ଅଦାଲତର କାର୍ଯ୍ୟସୂଚୀ ପରିଚାଳନା କରିଥିଲେ ।

ଏହାସହିତ ଆର୍.ଉଦୟଗିରି ସିନିୟର ଡିଭିଜନର ସିଭିଲ୍ ଜଜ୍ ସୌଦାମିନୀ ବିଶ୍ୱାଳ, ଆର୍.ଉଦୟଗିରି ଜେଏମଏଫସି ତରୁଣ କୁମାର ସେଠୀ, ମୋହନା ଜେଏମଏଫସି ସୁଭଜିତ ବେହେରା, କାଶୀନଗର ଜେଏମଏଫସି ତଥା ଗ୍ରାମ ନ୍ୟାୟାଧିକାରୀ ମୋନାଲି ବେହେରା ମଧ୍ୟ ନିଜ ନିଜ ଅଦାଲତରେ ଲୋକ ଅଦାଲତ ଆୟୋଜନ କରିଥିଲେ । ଏହି ଲୋକ ଅଦାଲତରେ ବିଭିନ୍ନ ବ୍ୟାଙ୍କ, ବିଦ୍ୟୁତ ବିଭାଗ ଓ ଅନ୍ୟାନ୍ୟ ସରକାରୀ ବିଭାଗର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ ଏବଂ ଉଭୟ ପକ୍ଷର ସମ୍ମତିରେ ଅନେକ ମାମଲାର ସମାଧାନ ସାମ୍ମତିକ ଭାବେ କରାଯାଇଥିଲା । ଏହି ଲୋକ ଅଦାଲତରେ ସର୍ବମୋଟ ୩୮୩୫ଟି ମାମଲା ଗ୍ରହଣ କରାଯାଇଥିବା ବେଳେ ୨୪୯୮ଟି ମାମଲାର ସଫଳ ସମାଧାନ କରାଯାଇଥିଲା ଏବଂ ସର୍ବମୋଟ ୮,୪୨,୪୨୫ ଟଙ୍କା ଆଦାୟ ହୋଇଥିଲା ।