ଗଜପତିରେ ଦକ୍ଷିଣ ଓଡ଼ିଶାର ସୌରା ମାନବ ଐତିହାସିକ ଦୃଷ୍ଟିକୋଣ ସମ୍ପର୍କିତ ଆଲୋଚନା ଚକ୍ର ଓ କର୍ମଶାଳା । ଗଜପତି,୮.୧(ମନୋଜ ପାଢ଼ୀ)ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟର ଇତିହାସ ବିଭାଗର ସମ୍ମିଳନୀ କକ୍ଷ ଠାରେ ଇତିହାସ ବିଭାଗ ସ୍ନାତକୋତ୍ତର ବିଭାଗ ପକ୍ଷରୁ ଦକ୍ଷିଣ ଓଡ଼ିଶାର ସୌରା ମାନବ ଐତିହାସିକ ଦୃଷ୍ଟିକୋଣ ସମ୍ପର୍କିତ ଏକ ଦିନିକିଆ ଆଲୋଚନା ଚକ୍ର ଓ କର୍ମଶାଳା କାର୍ଯ୍ୟକ୍ରମ ଆନ୍ତଃ ଗୁଣବତ୍ତା ଆଶ୍ଵାସନା ପ୍ରକୋଷ୍ଟ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ରାଧାକାନ୍ତ ଭୂୟାଁ ମୁଖ୍ୟଅତିଥି ଭାବେ ଯୋଗଦେଇ ଧୀରେ ଧୀରେ ଲୋପ ପାଇ ଯାଉଥିବା ସୌରା ସମାଜର ଜୀବନ ଧାରା,ଆସ୍ଥା,ସଂସ୍କୃତି ଓ ପରମ୍ପରା ସବୁକୁ ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଜନଜାତି ଇତିହାସ ଓ କଳାକୁ ନୂତନ ପିଢ଼ିଙ୍କ ପାଖରେ କିଭଳି ପହଞ୍ଚାଇ ପାରିବା ଏହା ହିଁ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ରହିଛି ବୋଲି କହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ପ୍ରସିଦ୍ଧ ଭାଷାବିତ୍ ପୂର୍ବତନ କେନ୍ଦ୍ରୀୟ ଝାଡ଼ଖଣ୍ଡ ବିଶ୍ଵବିଦ୍ୟାଳୟର ସହକାରୀ ପ୍ରଧ୍ୟାପକ ଏବଂ ପରିମଲ ଫାଉଣ୍ଡେସନର ପରିଚାଳକ ଭାଷାବିତ୍ ଗୁଞ୍ଜଲ୍ ଇକିର ମୁଣ୍ଡା ଯୋଗ ଦେଇ ଜନଜାତି ଭାଷା ବିଜ୍ଞାନ ଓ ସଂସ୍କୃତିର ସଂରକ୍ଷଣ ସମ୍ପର୍କରେ ବିସ୍ତୃତ ଆଲୋଚନା କରି ଅସୁର ବିରୋହର ଓ ବିରଜିଆ ଭଳି ବିଲୁପ୍ତି ପଥରେ ରହିଥିବା ଝାଡଖଣ୍ଡି ଭାଷା ଗୁଡ଼ିକର ଦଲିଲିକରଣ ସହିତ ମାତୃଭାଷା ଆଧାରିତ ଶିକ୍ଷାର ଆବଶ୍ୟକତା ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ।
ସେହିଭଳି ରାଞ୍ଚି ୟୁନଭରସିଟିର ନର-ବିଜ୍ଞାନ ବିଭାଗର ପି ଏଚ୍ ଡି ଗବେଷଣା ଛାତ୍ର ଓ ଶିକ୍ଷଣ ସହାୟକ ଶ୍ରୀ ଅଭିଜିତ ମୁଣ୍ଡା ଯୋଗ ଦେଇ ଜନଜାତି ଅଧ୍ୟୟନରେ ସୌରାଙ୍କ ସାମାଜିକ ଜୀବନ ଏବଂ ଇଥନୋଗ୍ରାଫିକ୍ ପ୍ରଣାଳୀର ଗୁରୁତ୍ଵ ଉପରେ ନିଜର ମତ ରଖିବା ସହ ତାଙ୍କର ଗବେଷଣାତ୍ମକ ପୂର୍ବ ଭାରତର ସୌରା ଜନଜାତିଙ୍କ ସାମାଜିକ ଜୀବନ,ଅର୍ଥନୈତିକ ପ୍ରଣାଳୀ ଓ ଆତ୍ମୀୟତା ବ୍ୟବସ୍ଥାରେ ଘଟୁଥିବା ପରିବର୍ତ୍ତନ ଉପରେ ବିଶେଷ ଭାବେ ଫୋକସ କରିଥିଲେ।ମହାବିଦ୍ୟାଳୟର ଇତିହାସ ବିଭାଗ ମୁଖ୍ୟ ସହକାରୀ ପ୍ରଫେସର ଡ଼ଃ ସୌରଭ କୁମାର ମହାନ୍ତ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇ ସଉରା ମାନବ ସମ୍ପ୍ରଦାୟ ଓ ଜଗନ୍ନାଥ ସଂସ୍କୃତିର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଭାଗୀୟ ଛାତ୍ରୀ ମହାଲକ୍ଷ୍ମୀ ମହାପାତ୍ର ଏବଂ ଅର୍ଚ୍ଚନା ଭୂୟାଁ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ।

