ଗଜପତିରେ ଖଣି ମାଫିଆ ଓ ରାଜସ୍ୱ, ଖଣି ମାଫିଆ ଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା… ଚନ୍ଦ୍ରଗିରି ଅଞ୍ଚଳରେ ବେଆଇନ ମୋରମ ଖନନ ଯୋଗୁଁ ସାଧାରଣରେ ଅସନ୍ତୋଷ । ଗଜପତି:୨୪/୧(ମନୋଜ ପାଢ଼ୀ) ଗଜପତି ଜିଲ୍ଲା ମୋହନା ଓ ରା, ଉଦୟଗିରି ତହସିଲ ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ରାଜସ୍ବ ରା, ଉଦୟଗିରି ବ୍ଲକର ରା, ଉଦୟଗିରି, ଛେଳିଗଡ, ରାମଗିରି ଓ ମହେନ୍ଦଗଡ ଗ୍ରାମରେ ଦୀର୍ଘଦିନ ହେବ ବେଆଇନ ମୋରମ୍ ଚାଲାଣ ହେଉଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ। ହେଲେ ଉଭୟ ରାଜସ୍ବ ବିଭାଗ ଓ ଖଣି ବିଭାଗ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଯୋଗୁଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଚନ୍ଦ୍ରଗିରି ଠାରୁ କଣ୍ଟାସାରୁ ଯିବା ରାସ୍ତାର ବିଭିନ୍ନ ପାହାଡ଼ରେ ଦିନରୁ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ମୋରମ୍ ଖୋଳା ଯାଇ ଚୋରାଚାଲଣ ହେଉଛି। ଚନ୍ଦ୍ରିଗିରି ପ୍ରାଣୀଚିକିତ୍ସାଳୟ ନିକଟ ପାହାଡ଼ରୁ ମଧ୍ୟ ମୋରମ୍ ଚୋରା ଚାଲାଣ ସମୟରେ ପାଖ ଦେଇ ଯାଇଥିବା ୩୩ କେଭି ବିଦ୍ୟୁତ୍ ଖୁଣ୍ଟ କ୍ଷତିଗ୍ରସ୍ତ ହେବା ସହ ନିକଟରେ ପ୍ରାଣୀ ଚିକିତ୍ସାଳୟ, ଅଙ୍ଗନବାଡ଼ି କେନ୍ଦ୍ର, ଛାତ୍ରାବାସ ଏବଂ ୧୫ରୁ ଉର୍ଦ୍ଧ୍ବ ଅନୁସୂଚିତ ଜାତିର ପରିବାରବର୍ଗ ବସବାସ କରୁଛନ୍ତି। ଏଭଳି ଲଗାତାର ମୋରମ ବେଆଇନ ଖନନ ଦ୍ୱାରା ହେଉଥିବା ବଡ଼ ବଡ଼ ଗର୍ତ୍ତ ଦ୍ୱାରା ଏହି ଅଞ୍ଚଳବାସୀ ଦୁର୍ଘଟଣାର ଶିକାର ହୋଇ ପାରନ୍ତି ବୋଲି ସେମାନେ ଆଶଙ୍କା କରିଛନ୍ତି। ସେହିଭଳି, ବିଦ୍ୟୁତ ବିଭାଗ ଯନ୍ତ୍ରୀଙ୍କ ଅଫିସକୁ ଲାଗି ରହିଥିବାମୋରମ୍ ପାହାଡ଼ରୁ ରାତିରେ ମଧ୍ୟ ମୋରମ ଖନନ କରାଯାଉଛି। ଫଳରେ, ପାହାଡ଼ରେ ବସବାସ କରୁଥିବା ବନ୍ୟଜନ୍ତୁ ବାସସ୍ଥାନ ହରାଇ ଗ୍ରାମ ମଧ୍ୟକୁ ଚାଲି ଆସୁଥିବା ଦେଖିବାକୁ ମିଳିଛି। ସରକାରୀ ଜମିରୁ ମୋରମ୍ ଚାଲାଣ ହେଉଥିଲେ ମଧ୍ୟ ରାଜସ୍ବ, ଖଣି ଓ ପୁଲିସ ବିଭାଗ ରୁପ୍ ରହୁଥିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଗଜପତିରେ ଖଣି ମାଫିଆ ଓ ରାଜସ୍ୱ, ଖଣି ମାଫିଆ ଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା… ଚନ୍ଦ୍ରଗିରି ଅଞ୍ଚଳରେ ବେଆଇନ ମୋରମ ଖନନ ଯୋଗୁଁ ସାଧାରଣରେ ଅସନ୍ତୋଷ ।
