ଗଜପତିରେ କନେଷ୍ଟବଳ ରବୀନ୍ଦ୍ର ପ୍ରଧାନଙ୍କ ହୃଦଘାତରେ ମୃତ୍ୟୁ

(Gajapati police constable death).

ହୃଦଘାତରେ କନେଷ୍ଟବଳଙ୍କ ମୃତ୍ୟୁ

ଗଜପତି 20/11/ମନୋଜ ପାଢ଼ୀ/ଗଜପତି ଜିଲ୍ଲାର କାଶୀନଗର ପୁଲିସ ଥାନାରେ କାର୍ଯ୍ୟରତ କନେଷ୍ଟବଳ ରବୀନ୍ଦ୍ର ପ୍ରଧାନଙ୍କ ଗତକାଲି ହୃଦଘାତରେ ଅକାଳ ମୃତ୍ୟୁ ଘଟିଛି। ତାଙ୍କ ନିଜ ଘର ଢେଙ୍କାନାଳ ଜିଲ୍ଲାରେ ଥିବାବେଳେ ଘଟଣା ଘଟିଥିଲା। ଗତ ୨ବର୍ଷ ହେଲେ କାଶୀନଗର ଥାନାରେ କାର୍ଯ୍ୟରତ ଥିଲେ।ରବୀନ୍ଦ୍ର ନିଜ ନିତ୍ୟକର୍ମ ସାରି ପୋଲିସ୍ ବ୍ୟାରେକ୍ ନିକଟ ଏକ କଦଳୀ ବଗିଚାକୁ ଯାଇଥିଲେ, ଯେଉଁଠାରେ ପତ୍ର ସଂଗ୍ରହ କରିବାକୁ ଯାଉଥିଲେ। ତାଙ୍କର ସହ କର୍ମଚାରୀମାନେ ମୋବାଇଲକୁ କଲ କଲେ, କିନ୍ତୁ କୌଣସି ଉତ୍ତର ମିଳିନଥିଲା। ପରେ ତାଙ୍କୁ କଦଳୀ ବଗିଚାରେ ପଡ଼ିଥିବା ଦେଖି ଉଦ୍ଧାର କରାଯାଇଥିଲା।