ଗଛରେ ପିଟି ହେଲା ବାଇକ୍, ଚାଳକ ମୃତ
ଗଜପତି,୨୧.୩(ମନୋଜ ପାଢ଼ୀ):- ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ପାଟିକୋଟା ଗ୍ରାମ ନିକଟସ୍ଥ ଜାତୀୟ ରାଜପଥ ୩୨୬-ଏ ରେ ଜଣେ ବାଇକ ଚାଳକ ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ମୃତ୍ୟ ଘଟିଥିବାର ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଆଜି ମଧ୍ୟାହ୍ନ ୧୨ ଘଣ୍ଟା ସମୟରେ ଆର୍.ଉଦୟଗିରି ଥାନା ଅନଘା ପଞ୍ଚାୟତ ଅନ୍ତର୍ଗତ ବଡଗାଁ ଗ୍ରାମର ବିଜୟ ବଡମୁଣ୍ଡି ଓଡି ୩୨ ଜେ ୯୦୦୭ ନମ୍ବର ବିଶିଷ୍ଟ ବାଇକରେ ନିଜ ଗ୍ରାମରୁ ପାରଳାଖେମୁଣ୍ଡିକୁ ଯାଉଥିବା ବେଳେ ପାଟିକୋଟା ଗ୍ରାମ ନିକଟସ୍ଥ ଏକ ବୁଲାଣିଆ ରାସ୍ତା ତଟରେ ଥିବା ଆମ୍ବଗଛକୁ କୌଣସି କାରଣରୁ ଭାରସାମ୍ୟ ହରାଇ ଧକ୍କା ଦେଇଥିଲେ । ଫଳରେ ଘଟଣାସ୍ଥଳରେ ବିଜୟ ବଡମୁଣ୍ଡିଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁର୍ଘଟଣା ସମ୍ପର୍କେ ଖବର ପାଇ ଗୁରାଣ୍ଡି ଥାନା ଅଧିକାରୀ ବସନ୍ତ କୁମାର ସେଠୀଙ୍କ ତତ୍ବାବଧାନରେ ଏସ୍ଆଇ ଅମ୍ବିକା ବେଣିଆ ଓ ଏଏସ୍ଆଇ ସୁଶାନ୍ତ ଦଳାଇ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଥିଲେ । ଏନେଇ ଗୁରାଣ୍ଡି ଥାନାରେ ୪୨/୨୬ରେ ଏକ ମାମଲା ରୁଜୁ କରାଯାଇ ଶବକୁ ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଦେଇଥିବା ବେଳେ ବାଇକକୁ ଜବତ କରିଥିବାର ଜଣାପଡିଛି ।
