ଖେଦାପୋଡ଼ା, କେଲିଗୁଡା, କାର୍ତିକାଗୁଡ଼ା ପଞ୍ଚାୟତ ରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ

ଖେଦାପୋଡ଼ା, କେଲିଗୁଡା, କାର୍ତିକାଗୁଡ଼ା ପଞ୍ଚାୟତ ରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ

ରାଯଗଡ଼ : ରାୟଗଡା ଜ଼ିଲ୍ଲା କୋଳନରା ବ୍ଲକ ର ଖେଦାପୋଡ଼ା, କେଲିଗୁଡା ଓ କାର୍ତିକାଗୁଡ଼ା ପଞ୍ଚାୟତ ଅଫିସ ପରିସର ଠାରେ ଜାତୀୟ ପଞ୍ଚାୟତିରାଜ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଖେଦାପୋଡ଼ା ପଞ୍ଚାୟତ ରେ ସରପଞ୍ଚ ନରସିଂହ କୀଲାକା ଓ ପଞ୍ଚାୟତ ସାମ୍ପ୍ରସାରଣ ଅଧିକାରୀ ଲିଙ୍ଗ ରାଜ ତାଡିଙ୍ଗି ଉପସ୍ଥିତ ରହି ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପ୍ରଦୀପ ପ୍ରଜ୍ଜ୍ଵଳନ ଓ ପୁଷ୍ପମାଲ୍ଯ ଅର୍ପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଗ୍ରାମ ପଞ୍ଚାୟତ ଗୁଡିକୁ ଦିର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲର ସ୍ଥାନୀୟକରଣ ନିମନ୍ତେ ପଲ୍ଲୀସଭା ଓ ଗ୍ରାମସଭା ମାଧ୍ୟମରେ ସୁଦୃଢ଼ କରିବା ସବୁ ଗ୍ରାମ ପଞ୍ଚାୟତର ଲକ୍ଷ୍ୟ ହେବା ଉଚିତ ବୋଲି ସରପଞ୍ଚ କୀଲାକା ଓ ପି ଇ ଓ ତାଡିଙ୍ଗି କହିଥିଲେ । ଠିକ ସେହିପରି କାର୍ତ୍ତିକାଗୁଡା ପଂଚାୟତ କାର୍ଯ୍ୟାଳୟ ଠାରେପି ଇ ଓ ପ୍ରତାପ ହିମରିକା ଓ ସରପଞ୍ଚ ରୀନା କାଡ୍ରକା ଓ କେଲିଗୁଡା ପଂଚାୟତ ଠାରେ ପି ଇ ଓ ବିବେକାନନ୍ଦ ହିମରିକା ଙ୍କ ସହିତ ସରପଞ୍ଚ ଜାତୀୟ ପଂଚାୟତ ରାଜ ଦିବସ ପାଳନ କରିଥିଲେ lସରକାରଙ୍କ ବିଭିନ୍ନ ଯୋଜନାର ଗ୍ରାମୀଣ କ୍ଷେତ୍ରରେ ସଫଳ ରୂପାୟନ ଜିଲ୍ଲାରେ ପଞ୍ଚାୟତିରାଜ ବ୍ୟବସ୍ଥା ଉପରେ ବ୍ୟାପକ ଜନ ସଚେତନତା ସୃଷ୍ଟି ନିମନ୍ତେ “ଭାରତର ଭବିଷ୍ୟତ ଗଠନରେ ପଞ୍ଚାୟତିରାଜ ର ଭୂମିକାଗୁରୁତ୍ୱ ପୂର୍ଣ୍ଣ ସେଥିପାଇଁ ଜନସାଧାରଣ କିପରି ସରକାର ଙ୍କ ଯୋଜନା ର ସୁଫଳ ପାଇପାରିବେ ସେଥିପାଇଁ ବ୍ୟାପକ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଥିଲା l ପଂଚାୟତ ର ସର୍ବସାଧାରଣ ଜନତା ଙ୍କ ସହିତ ପଂଚାୟତ ର ନିର୍ବାଚିତ ଜନ ପ୍ରତିନିଧି ମାନେ ଯୋଗ ଦେଇଥିଲେ l ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ