ଖୁଣ୍ଟଲିପାଲି ମାର୍କେଟ ୟାର୍ଡ଼ ଠାରେ ଧାନ ବିକ୍ରି ପାଇଁ ଚାଷୀ ମାନଙ୍କ ପକ୍ଷରୁ ରାସ୍ତା ରୋକୋ ଓ ପ୍ରଶାସନ ପକ୍ଷରୁ ନିର୍ଭର ପ୍ରତିଶ୍ରୁତି ପରେ ରାସ୍ତା ରୋକୋ ଉଠିଲା।

ଖୁଣ୍ଟଲିପାଲି ମାର୍କେଟ ୟାର୍ଡ଼ ଠାରେ ଧାନ ବିକ୍ରି ପାଇଁ ଚାଷୀ ମାନଙ୍କ ପକ୍ଷରୁ ରାସ୍ତା ରୋକୋ ଓ ପ୍ରଶାସନ ପକ୍ଷରୁ ନିର୍ଭର ପ୍ରତିଶ୍ରୁତି ପରେ ରାସ୍ତା ରୋକୋ ଉଠିଲା।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ଖୁଣ୍ଟୁଲିପାଲି ମାର୍କେଟ ୟାର୍ଡ଼ ଠାରେ ଚାଷୀ ମାନଙ୍କ ବାକି ୩୭୦୦୦ କୁଇଣ୍ଟାଲ ବିକ୍ରି ପାଇଁ ଗଚ୍ଛିତ ଥିବା ଜଣାପଡ଼ିଛି। ସରକାରଙ୍କ ପକ୍ଷରୁ ଧାନ ବିକ୍ରୟ ଶେଷ ତାରିଖରେ ୩୦,୬ g। ଧାନ ର ଟେକ କମ କମ ଆସୁଥିବାରୁ ଚାଷୀ ମାନେ ପ୍ରଶାସନ ନିକଟରେ ଦାବୀ ଜଣାଇଥିଲେ। ପ୍ରଶାସନ ପକ୍ଷରୁ ୧୩୯୦୦ କୁଇଣ୍ଟାଲ ଟେକ ଆସିଛି, ବାକି ୩୭୦୦୦ କୁଇଣ୍ଟାଲ ମାର୍କେଟ ୟାର୍ଡ଼ ପଡିରହି ଥିବା ଜଣାପଡ଼ିଛି । ଧାନ ବିକ୍ରି ଶେଷ ୩୦ତାରିଖ ସୁଦ୍ଧା ନହେବା ଆଶଂକା ପ୍ରକାଶ କରି ଚାଷୀ ମାନଙ୍କ ପକ୍ଷରୁ ଗୋଡଭଗା ରୁ ତୁରୁମ ଜାତୀୟ ରାଜପଥ ୫୪ ର ଖୁଣ୍ଟୁଲିପାଲି ମାର୍କେଟ ୟାର୍ଡ଼ ଠାରେ ଦିନ ୧୦ ଟା ସମୟରେ ରାସ୍ତାରୋକୋ କରିଥିଲେ। ଏହା ଜାଣିବା ପରେ, ଭେଡେନ ଅତିରିକ୍ତ ତହସିଲଦାର ଅଲମ ନାୟକ, ତହସିଲଦାର ରଶ୍ମିତା ସ୍ୱାଇଁ ଓ ଭେଡେନ ଯୋଗାଣ ଅଧିକାରୀ ପିଂକୁ ଭୁଏ , ବରଗଡ ଏଡିଏମ ମହେନ୍ଦ୍ର ମହାପାତ୍ର ଓ ଦେଶଭଟଲି ସରପଞ୍ଚ ତୋଷବନ୍ତ ସାହୁ ଘଟଣା ସ୍ଥଳରେ ପହଂଚି ଚାଷୀ ମାନଙ୍କ ସହିତ ଆଲୋଚନା କରି ପ୍ରଶାସନ ପକ୍ଷରୁ ସମସ୍ତ ଧାନ ୩୦,୬ ସୁଦ୍ଧା ବିକ୍ରି କରାଯିବ ବୋଲି ନିର୍ଭର ପ୍ରତିଶ୍ରୁତି ଦେଲା ପରେ, ଦିନ ୧.୩୦ ସମୟରେ ରାସ୍ତାରୋକୋ ଉଠିଥିଲା। ଆଇନ ଶୃଙ୍ଖଳା ପରିସ୍ଥିତି କୁ ନେଇ ବରଗଡ଼ ଏସଡିପିଓ ପଦାରବିନ୍ଦ ତ୍ରିପାଠୀ, ଭେଡେନ ଥାନା ର ଆଇଆଇସି ସୁଶାନ୍ତ କୁମାର ଦାଶ, ରୁଷୁଡା ଫାଣ୍ଡି ଅଧିକାରୀ ପ୍ରମୋଦ କୁମାର ସାହୁ ଓ ଅନ୍ୟାନ୍ୟ ପୋଲିସ ଷ୍ଟାଫ୍ ଉପସ୍ଥିତ ରହି ଅନୁଧ୍ୟାନ କରିଥିଲେ।