ଖଣି ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ।

ଖଣି ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ।

ଖଣି ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ।

ଗଜପତି,୧୦.୧ (ମନୋଜ ପାଢ଼ୀ) ଗଜପତି ମୋହନା ବ୍ଲକ ଅନ୍ତର୍ଗତ ବଡ଼ଖଣି ଗ୍ରାମ ଠାରେ ଅବସ୍ଥିତ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ବାର୍ଷିକ ଉତ୍ସବ ସ୍ଥାନୀୟ ପ୍ରଧାନ ଶିକ୍ଷକ ନାରାୟଣ ପ୍ରଧାନ ଙ୍କ ସଭାପତିତ୍ୱରେ ଆଡମ୍ବର ସହ ଅନୁଷ୍ଠିତ ହୋଇଥିଲା। ଏହି ବାର୍ଷିକ ଉତ୍ସବରେ ମୋହନା ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ ମଲ୍ଲିକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ବିଦ୍ୟାଳୟର ଉନ୍ନତ୍ତି ସହିତ ଆଗାମୀ ଦିନରେ +୨ବାଣିଜ୍ୟ ଶିକ୍ଷା ଖୋଲିବା ନିମନ୍ତେ ସରକାରଙ୍କ ଦୃଷ୍ଟିକୁ ଆଣିବେ ବୋଲି ପ୍ରତିଶୃତି ପ୍ରଦାନ କରିଥିଲେ। ଏହା ସଙ୍ଗେ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ନିମନ୍ତେ ପ୍ରଶାସନକୁ ଅବଗତ କରାଇ ପୂରଣ ନିମନ୍ତେ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଥିଲେ। ଅନୁଷ୍ଠିତ ବାର୍ଷିକ ଉତ୍ସବରେ ଅନ୍ୟତମ ଅତିଥି ଭାବରେ ଓକିଲ ସିମାଞ୍ଚଳ କାର୍ଜି, ଥାନା ଅଧିକାରୀ,ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶୁଭଦର୍ଶନୀ ବେଉରା, ମୋହନା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସତ୍ୟ ରଞ୍ଜନ କର, ମୋହନା ଅଞ୍ଚଳରେ ଥିବା ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ବିଦ୍ୟାଳୟ ଗୁଡିକର ପ୍ରଧାନ ଶିକ୍ଷକ ଗଣ ମଧ୍ୟ ଉପସ୍ଥିତ ଥିଲେ।

ମୋହନା ସାମ୍ବାଦିକ ଅଂଶୁମାନ ପଣ୍ଡା, ଜୁନେସ ଶବର, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଗଣ, ସ୍ଥାନୀୟ ସରପଞ୍ଚ,ଅଖିଳ ସାବତପ୍ରମୁଖ ଉପସ୍ଥିତ ରହି ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ଙ୍କୁ ଭଲ ପାଠ ପଢି ଭଲ ମଣିଷ ହେବାକୁ ଉପଦେଶ ଦେଇଥିବା ଶୁଣିବାକୁ ମିଳିଥିଲା। ବିଦ୍ୟାଳୟ ପରିସର ମଧ୍ୟରେ ଚାରି ଯୁଗ ପୁରୁଷ ଙ୍କ ପ୍ରତିମୂର୍ତ୍ତି ଅତିଥି ମାନେ ଉନ୍ମୋଚନ କରିଥିଲେ। ଏହି ସବୁ କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ଶିକ୍ଷୟତ୍ରୀ ସୁଚରିତା ନାୟକ ପରିଚାଳନା କରିଥିବା ବେଳେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ତାଙ୍କୁ ସହଯୋଗ କରିଥିଲେ ଏବଂ ଏହା ପରେ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା।