କୋଲନରା ଲ୍ୟାମ୍ପ୍ସର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ

କୋଲନରା ଲ୍ୟାମ୍ପ୍ସର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ

କୋଲନରା ଲ୍ୟାମ୍ପ୍ସର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ

ରାୟଗଡ (info media): କୋଲନରା ଲ୍ୟାମ୍ପ୍ସର ବାର୍ଷିକ ସାଧାରଣ ସଭା ନିକଟସ୍ଥ ଲେକାପାଇ ଗ୍ରାମସ୍ଥିତ ଆରଏମ୍‌ସି ଗୋଦାମରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କେସିସି ବ୍ୟାଙ୍କ ନିର୍ଦ୍ଦେଶକ ବି. ତିରୁପତି ମୁଖ୍ୟ ଅତିଥି ଓ ଏସ୍‌ଆରସିଏସ୍ ଜି. କ୍ରିଷ୍ଣା ମୂର୍ତ୍ତି, ଲ୍ୟାମ୍ପ୍ସ ସଭାପତି ସୁକୁରୁ ପିର୍ବାକା, ଏମ୍‌ଆଇ ଦେବବ୍ରତ ଲେଙ୍କା, ଲ୍ୟାମ୍ପ୍ସ ପରିଚାଳନାନିର୍ଦ୍ଦେଶିକା ସୌଦାମିନୀ ଆଚାର୍ଯ୍ୟ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ | ଲ୍ୟାମ୍ପ୍ସ ଏମ୍‌ଡି ପ୍ରଥମେ ସମସ୍ତଙ୍କୁ ସ୍ବାଗତ କରିବା ସହିତ ବାର୍ଷିକ ବିବରଣୀ ପାଠ କରିଥିଲେ | ଜାଲଦୁ କଣ୍ଡାଗରୀ ଏବଂ ନିରଞ୍ଜନ ପାତ୍ର ଉପସ୍ଥାପନ କରିଥିବା ମତକୁ ଆଗକୁ କିଭଳି ସାକାର କରାଯିବ ସେ ଦିଗରେ ଧ୍ୟାନ ଦେବେ ବୋଲି ଏମ୍‌ଡି ଶ୍ରୀମତୀ ଆଚାର୍ଯ୍ୟ କହିଥିଲେ | ବାର୍ଷିକ ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା କେସିସି ନିର୍ଦ୍ଦେଶକ ବ୍ୟାଙ୍କ ଵି ତିରୁପତି ଏହି ଲ୍ୟାମ୍ପସର ନିର୍ଦ୍ଦେଶକ ରହିଛନ୍ତି।

ଚାଷୀଙ୍କ ସମସ୍ୟାର ସମାଧାନ ଓ ଆଗକୁ ଚାଷୀଙ୍କ ସୁବିଧା ପାଇଁ ଆବଶ୍ୟକ ପରାମର୍ଶ ଦେବା ସହିତ ଚାଷୀଙ୍କୁ କିଭଳି ଠିକ୍ ସମୟରେ ସାର ମିଳିବ, ଲ୍ୟାମ୍ପ୍ସରୁ ଋଣ ପାଇପାରିବେ ସେ ଦିଗରେ ଧ୍ୟାନ ଦିଆଯାଉଥିବା ନେଇ ବି. ତିରୁପତି କହିଥିଲେ । ଚଳିତ ବର୍ଷ ମଣ୍ଡି ଶାନ୍ତି ଶୃଙ୍ଖଳାର ସହିତ ଚାଲିଥିବା ଯୋଗୁଁ ସମସ୍ତ ଚାଷୀ ଓ ଲ୍ୟାମ୍ପ୍ସକୁ ଏମ୍‌ଆଇ ଶ୍ରୀ ଲେଙ୍କା ଭ୍ରଂଶସା କରିଥିଲେ | ସମିତି ପରିଚାଳନା ପରିଷଦର ସମସ୍ତ ସଭ୍ୟସଭ୍ୟାଙ୍କ ସହଯୋଗକୁ ଲ୍ୟାମ୍ପ୍ସ ସଭାପତି ଶ୍ରୀ ପିର୍ବାକା ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମକୁ ଲ୍ୟାମ୍ପସର ଗୌରୀ କାଡ୍ରାକା, ପ୍ରତାପ ବେହେରା, ସୁଶାନ୍ତ ହିମିରିକା, ଶିବା କାଡ୍ରାକା, ବି. ସୋମେଶ ପରିଚାଳନା କରିଥିଲେ ।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ