କୋରେଇ ପେନସନ ଠକେଇ କାଣ୍ଡ: ସାଢ଼େ ୫ କୋଟିରୁ ଅଧିକ ଟଙ୍କା ହଡ଼ପ, ମାଷ୍ଟରମାଇଣ୍ଡ ସହ ୩ ଗିରଫ

କୋରେଇ ପେନସନ ଠକେଇ କାଣ୍ଡ: ସାଢ଼େ ୫ କୋଟିରୁ ଅଧିକ ଟଙ୍କା ହଡ଼ପ, ମାଷ୍ଟରମାଇଣ୍ଡ ସହ ୩ ଗିରଫ

କୋରେଇ ପେନସନ ଠକେଇ କାଣ୍ଡ: ସାଢ଼େ ୫ କୋଟିରୁ ଅଧିକ ଟଙ୍କା ହଡ଼ପ, ମାଷ୍ଟରମାଇଣ୍ଡ ସହ ୩ ଗିରଫ

:ଅବସରପ୍ରାପ୍ତ ଶିକ୍ଷକଙ୍କ ନାଁରେ ଜାଲିଆତି, ୬ ବର୍ଷ ଧରି ଚାଲୁଥିଲା ଠକେଇ

ଯାଜପୁର: କୋରେଇ ଶିକ୍ଷା ମଣ୍ଡଳରେ ବଡ଼ ପେନସନ ଠକେଇ ମାମଲାରେ ଭିଜିଲାନ୍ସ ଆଜି ମୁଖ୍ୟ ଅଭିଯୁକ୍ତ ପୂର୍ବତନ ପ୍ରଧାନଶିକ୍ଷକ ପ୍ରଦୀପ କୁମାର ମହାନ୍ତି, ତାଙ୍କ ପତ୍ନୀ ଗୀତରାଣୀ ମହାନ୍ତି ଓ ପୂର୍ବତନ କନିଷ୍ଠ କିରାଣି ବିଷ୍ଣୁ ଦାସଙ୍କୁ ଗିରଫ କରିଛି। ଏହା ପୂର୍ବରୁ ଏହି ମାମଲାରେ ପ୍ରଦୀପଙ୍କ ପୁଅ ମାତୃପ୍ରସାଦ ମହାନ୍ତିଙ୍କୁ ମଧ୍ୟ ଗିରଫ କରାଯାଇଥିଲା।ତଦନ୍ତରେ ଜଣାପଡ଼ିଛି ଯେ, ଅବସରପ୍ରାପ୍ତ ଶିକ୍ଷକଙ୍କ ଆଇଡି ବ୍ୟବହାର କରି ସେମାନଙ୍କୁ ସକ୍ରିୟ ଦର୍ଶାଇ ଜାଲିଆତି ଭାବେ ପେନସନ ବିଲ୍ ପ୍ରସ୍ତୁତ କରାଯାଉଥିଲା। ପ୍ରାୟ ୪୮୦ ଥର ଲେନଦେନ ମାଧ୍ୟମରେ ୪ କୋଟି ୯୭ ଲକ୍ଷ ଟଙ୍କାରୁ ଅଧିକ ରାଶି ଉଠାଇ ନେଇଥିବା ଅଭିଯୋଗ ରହିଛି। ଏହି ଟଙ୍କାକୁ ଅଭିଯୁକ୍ତମାନେ ନିଜ, ପରିବାର ସଦସ୍ୟ ଓ ସହଯୋଗୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରୁଥିଲେ।

ଏହି ଠକେଇ ୨୦୧୮ ନଭେମ୍ବରରୁ ୨୦୨୪ ସେପ୍ଟେମ୍ବର ପର୍ଯ୍ୟନ୍ତ ପ୍ରାୟ ୬ ବର୍ଷ ଧରି ଚାଲିଥିବା ତଦନ୍ତରେ ପ୍ରକାଶ ପାଇଛି। ଘଟଣା ପରେ ଅଭିଯୁକ୍ତମାନେ ଫେରାର ଥିବାବେଳେ ଭିଜିଲାନ୍ସ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରି ସେମାନଙ୍କୁ ଧରିବାରେ ସଫଳ ହୋଇଛି।ଏହି ମାମଲାରେ ଜଡିତ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ଅଚଳ କରାଯାଇଛି ଏବଂ ପେନସନ ଓ ଦରମା ଅସ୍ଥାୟୀଭାବେ ବନ୍ଦ କରାଯାଇଛି।

ତଦନ୍ତ ଜାରି ରହିଥିବାବେଳେ ଆଉ ଗିରଫ ସମ୍ଭାବନା ରହିଛି ବୋଲି ଭିଜିଲାନ୍ସ ସୂଚନା ଦେଇଛି।