କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆଠାରେ ଜିଲ୍ଲାସ୍ତରୀୟ ‘ଓଡିଶା ଦିବସ–୨୦୨୬’ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି।

କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆଠାରେ ଜିଲ୍ଲାସ୍ତରୀୟ ‘ଓଡିଶା ଦିବସ–୨୦୨୬’ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି।

କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆଠାରେ ଜିଲ୍ଲାସ୍ତରୀୟ ‘ଓଡିଶା ଦିବସ–୨୦୨୬’ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ପାରମ୍ପରିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଏବଂ ସ୍ଥାନୀୟ କଳାକାରମାନେ ନିଜ ନୃତ୍ୟ-ସଙ୍ଗୀତ ପ୍ରଦର୍ଶନ କରି ଉପସ୍ଥିତ ଦର୍ଶକମାନଙ୍କୁ ମନୋରଞ୍ଜନ କରିଥିଲେ।କାର୍ଯ୍ୟକ୍ରମରେ କୋରାପୁଟ ଏବଂ ପଟ୍ଟାଙ୍ଗୀର ମାନ୍ୟବର ବିଧାୟକମାନେ, ଜିଲ୍ଲାପରିଷଦ ସଭାପତି, ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ), ମୁଖ୍ୟ ଉନ୍ନୟନ ଅଧିକାରୀ, ବ୍ଲକ ଅଧ୍ୟକ୍ଷା ସହିତ ଜିଲ୍ଲା ଓ ବ୍ଲକ ସ୍ତରର ବିଭିନ୍ନ ବିଭାଗର ଅଧିକାରୀମାନେ ଏବଂ ଅନ୍ୟାନ୍ୟ ଅତିଥିବୃନ୍ଦ ଯୋଗଦେଇଥିଲେ।ଉତ୍ସବରେ ଓଡିଶାର ଐତିହ୍ୟ, ସଂସ୍କୃତି ଓ ଏକତାକୁ ଉଦ୍‌ଜାପନ କରାଯାଇଥିଲା ଏବଂ ଅଞ୍ଚଳର ଲୋକମାନଙ୍କ ମଧ୍ୟରେ ଖୁସି ଓ ଉତ୍ସାହର ପରିବେଶ ଦେଖିବାକୁ ମିଳିଥିଲା।