କୋରାପୁଟର ଦୁର୍ଗମ ଅଞ୍ଚଳକୁ ଗୁଣାତ୍ମକ ବିଦ୍ୟୁତ ସେବା, ଉପକୃତ ହେବେ ୨ ହଜାର ଉପଭୋକ୍ତା

କୋରାପୁଟର ଦୁର୍ଗମ ଅଞ୍ଚଳକୁ ଗୁଣାତ୍ମକ ବିଦ୍ୟୁତ ସେବା, ଉପକୃତ ହେବେ ୨ ହଜାର ଉପଭୋକ୍ତା

କୋରାପୁଟର ଦୁର୍ଗମ ଅଞ୍ଚଳକୁ ଗୁଣାତ୍ମକ ବିଦ୍ୟୁତ ସେବା, ଉପକୃତ ହେବେ ୨ ହଜାର ଉପଭୋକ୍ତା

ବ୍ରହ୍ମପୁର, ଫେବୃଆରୀ: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ ପକ୍ଷରୁ କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକ ଅନ୍ତର୍ଗତ ମାର୍ଥାପୁଟ ଅଞ୍ଚଳରେ ୪.୭୩ ସର୍କିଟ କିଲୋମିଟର ଲମ୍ବା ନୂତନ ୩୩ କେଭି ଲାଇନ ପ୍ରତିଷ୍ଠା କରାଯାଇଛି। ଏହା ଫଳରେ ପ୍ରାୟ ୨ ହଜାରରୁ ଅଧିକ ଉପଭୋକ୍ତା ଭରସାଯୋଗ୍ୟ ଓ ସ୍ଥିର ବିଦ୍ୟୁତ ସେବା ପାଇପାରିବେ।ପୂର୍ବରୁ ମାର୍ଥାପୁଟ ପ୍ରାଥମିକ ସବଷ୍ଟେସନକୁ ସୁନାବେଡ଼ା ଗ୍ରୀଡ଼ ସବଷ୍ଟେସନରୁ ପ୍ରାୟ ୭୦ କିଲୋମିଟର ଲମ୍ବା ଲାଇନ ମାଧ୍ୟମରେ ବିଦ୍ୟୁତ ଯୋଗାଣ ହେଉଥିଲା। ଘନ ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳ ହେବାରୁ ବର୍ଷା ଋତୁରେ ତ୍ରୁଟି ଚିହ୍ନଟ ଓ ମରାମତିରେ ବିଳମ୍ବ ହେଉଥିଲା।

ନୂତନ ଫିଡର କାର୍ଯ୍ୟକ୍ଷମ ହେବା ପରେ ଏହି ସମସ୍ୟା ହ୍ରାସ ପାଇଛି ଓ ବିକଳ୍ପ ବିଦ୍ୟୁତ ଉତ୍ସ ମିଳିଛି।ନୂତନ ୩୩ କେଭି ଫିଡର ଗଣେଇପଦା, ଜଳହଞ୍ଜର, ଚିକେନପୁଟ, ଗୋଦିହଞ୍ଜର, ଅନକାଡେଲି ଓ ବଡ଼ିଗଡ଼ା ଅଞ୍ଚଳର ଉପଭୋକ୍ତାଙ୍କୁ ଲାଭାନ୍ୱିତ କରିବ। ଏହା ଭୋଲଟେଜ ସମସ୍ୟା ଦୂର କରିବା ସହ ବିଦ୍ୟୁତ ଯୋଗାଣରେ ସ୍ଥିରତା ଆଣିବ।କମ୍ପାନୀର ସିଇଓ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି ଯେ, ଦୁର୍ଗମ ଅଞ୍ଚଳରେ ଗୁଣାତ୍ମକ ବିଦ୍ୟୁତ ସେବା ଯୋଗାଇବା ପାଇଁ କମ୍ପାନୀ ପ୍ରତିବଦ୍ଧ ଓ ନୂତନ ଭିତ୍ତିଭୂମି ଏହାକୁ ଆହୁରି ସୁଦୃଢ଼ କରିଛି।