କୋରାପୁଟରେ ୭ଟି ନୂତନ ୧୦୮ ଆମ୍ବୁଲାନ୍ସର ଶୁଭାରମ୍ଭ

କୋରାପୁଟରେ ୭ଟି ନୂତନ ୧୦୮ ଆମ୍ବୁଲାନ୍ସର ଶୁଭାରମ୍ଭ

କୋରାପୁଟରେ ୭ଟି ନୂତନ ୧୦୮ ଆମ୍ବୁଲାନ୍ସର ଶୁଭାରମ୍ଭ
ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବାକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆଜି କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ୭ଟି ନୂତନ ୧୦୮ ଆମ୍ବୁଲାନ୍ସର ଶୁଭାରମ୍ଭ କରାଯାଇଛି। କୋରାପୁଟ ଜିଲ୍ଲାପାଳ ଏହି ଆମ୍ବୁଲାନ୍ସଗୁଡ଼ିକୁ ଲୋକାର୍ପଣ କରିଥିଲେ।
ଏହି ନୂତନ ଆମ୍ବୁଲାନ୍ସଗୁଡ଼ିକ ପୁରାତନ ଓ ବିସ୍ଥାପିତ ଆମ୍ବୁଲାନ୍ସର ସ୍ଥାନରେ କାର୍ଯ୍ୟ କରିବେ। ଏହା ଫଳରେ ଦୁର୍ଗମ ଅଞ୍ଚଳ ସହ ସମଗ୍ର ଜିଲ୍ଲାରେ ଜରୁରୀକାଳୀନ ରୋଗୀ ସେବା ଅଧିକ ଦ୍ରୁତ ଓ କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି।