କୋରାପୁଟରେ ହସ୍ତଶିଳ୍ପ ପ୍ରୋତ୍ସାହନ ପାଇଁ ବୈଠକ, କେରାଙ୍ଗ କପଡ଼ା ଓ ଲିମ୍କାରେ ସୁବିଧା କେନ୍ଦ୍ର ନିର୍ମାଣ ଉପରେ ଜୋର

କୋରାପୁଟରେ ହସ୍ତଶିଳ୍ପ ପ୍ରୋତ୍ସାହନ ପାଇଁ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ

କୋରାପୁଟ, ୨୩ ଜୁଲାଇ ୨୦୨୫: କୋରାପୁଟ ଜିଲ୍ଲାରେ ଅଧ୍ୟକ୍ଷତାରେ ବିଭିନ୍ନ ଶିଳ୍ପୀ ଉନ୍ନତି ଯୋଜନା ଅନ୍ତର୍ଗତ ୨୦୨୫-୨୬ ବର୍ଷ ପାଇଁ ହସ୍ତଶିଳ୍ପ ପ୍ରୋତ୍ସାହନ ନିମନ୍ତେ ହିତାଧିକାରୀଙ୍କ ଚୂଡ଼ାନ୍ତ ଚୟନ ଓ ଅନୁମୋଦନ ପାଇଁ ଜିଲ୍ଲା ସ୍ତରୀୟ ତଦାରଖ କମିଟିର ବୈଠକ ଅନୁଷ୍ଠିତ ହୋଇଛି।

ଏହି ବୈଠକରେ କେରାଙ୍ଗ କପଡ଼ା ଶିଳ୍ପର ପୁନରୁଦ୍ଧାର ପାଇଁ ନିଷ୍ପତ୍ତି ନିଆଯାଇଛି, ସେପରିକି କୋରାପୁଟ ବ୍ଲକର କୁମ୍ଭାର ଗ୍ରାମ ଲିମ୍କାଠାରେ ହସ୍ତଶିଳ୍ପୀମାନେ ସହଜରେ କାମ କରିପାରିବା ପାଇଁ ସାଧାରଣ ସୁବିଧା କେନ୍ଦ୍ର ନିର୍ମାଣ ନିମନ୍ତେ ମଧ୍ୟ ଆଲୋଚନା କରାଯାଇଛି।ଏହି ବୈଠକ ମାଧ୍ୟମରେ ଶିଳ୍ପୀମାନେ ଉନ୍ନତିର ନୂତନ ଅବସର ପାଇବେ ଏବଂ ଅଞ୍ଚଳର ପାରମ୍ପରିକ ଶିଳ୍ପ ଓ ସଂସ୍କୃତିକୁ ନୂଆ ପରିଚୟ ମିଳିବ ବୋଲି ଅନୁମାନ କରାଯାଉଛି।