କୋଣ୍ଡା ବାବୁ ଙ୍କ ସଂଯୋଜିତ 108 କୁଣ୍ଡିୟ ବୈଦିକ ବିଶ୍ୱ ଶାନ୍ତି ଦେବ ମହାଯଂଜ୍ଞ ର ପୂର୍ଣ୍ଣାହୁତି ଦେଲେ ମୁଖ୍ୟମନ୍ତ୍ରୀ

କୋଣ୍ଡା ବାବୁ ଙ୍କ ସଂଯୋଜିତ 108 କୁଣ୍ଡିୟ ବୈଦିକ ବିଶ୍ୱ ଶାନ୍ତି ଦେବ ମହାଯଂଜ୍ଞ ର ପୂର୍ଣ୍ଣାହୁତି ଦେଲେ ମୁଖ୍ୟମନ୍ତ୍ରୀ

କୋଣ୍ଡା ବାବୁ ଙ୍କ ସଂଯୋଜିତ 108 କୁଣ୍ଡିୟ ବୈଦିକ ବିଶ୍ୱ ଶାନ୍ତି ଦେବ ମହାଯଂଜ୍ଞ ର ପୂର୍ଣ୍ଣାହୁତି ଦେଲେ ମୁଖ୍ୟମନ୍ତ୍ରୀ ରାୟଗଡ(info media) ଗତ ଜାନୁଆରି 31 ତାରିଖରୁ ଫେବୃୟାରୀ 2 ତାରିଖ ପର୍ଯ୍ୟନ୍ତ ତିନି ଦିନ ବ୍ୟାପି 108 କୁଣ୍ଡୀୟ ବୈଦିକ ବିଶ୍ବ ଶାନ୍ତି ଦେବ ମହାଜଜ୍ଞ ଆୟୋଜନ କରାଯାଏଥିଲା । ଏହି ତିନି ଦିନରେ 3ହଜାର ରୁ ଉର୍ଦ୍ଧ୍ବ ଦମ୍ପତି ଯଜ୍ଞ ରେ ବସିଥିଲେ ଅବିଭକ୍ତ କୋରାପୁଟ ସମେତ ଦକ୍ଷିଣ ପଶ୍ଚିମ ଓଡ଼ିଶାର 8ଟି ଜିଲ୍ଲା ଓ ଆନ୍ଧ୍ର ପ୍ରଦେଶ ର 3 ଟି ଜିଲ୍ଲାର ଭକ୍ତି ମାନେ ସାମିଲ ହୋଇଥିଲେ ବୋଲି ମହାଜଜ୍ଞ ସମନ୍ବୟ ସମିତିର ଆବାହକ ମିଟସ ଗ୍ରୁପ ର ଅଧ୍ଯକ୍ଷ ବାଳକୃଷ୍ଣ ପଣ୍ଡା, ଯୋଗୀ ଶ୍ରୀ ଚୈତନ୍ୟ ରାମଜୀ, ସଂଯୋଜକ ବିଜେପି ନେତା ୟାଲା ଭେଙ୍କେଟେଶ୍ବର ରାଓ ସୂଚନା ଦେଇଛନ୍ତି l

ଆଜି 2 ତାରିଖ ଦିନ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ପୂର୍ଣ୍ଣାହୁତି ଦେଇଛନ୍ତି lମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ରାୟଗଡା ରେ ରହି ୟଂଜ୍ଞ କାର୍ଯ୍ୟକ୍ରମ ର ତଦାରଖ କରୁଥିଲେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ର ବରିଷ୍ଠ ସଦସ୍ୟ ତଥା ମୁଖ୍ୟମନ୍ତ୍ରୀଙ୍କରାଜନୈତିକ ପାରମର୍ଶଦାତା ଛୋଟଲାଲ ମହାନ୍ତି।31 ତାରିଖ ଦିନ 1008 ମହିଳାଙ୍କ ଦ୍ବାରା ହନୁମାନ ଚାଳିଶା, ଗୀତା ପାଠ, ଲଳିତା ସହସ୍ରନାମ ପାରାୟଣ ସହ କଳଶ ଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲା ।ହରିପୁର ଗୁରୁକୁଳ ଓ ମିଟସ ଗ୍ରୁପ ଦ୍ବାରା ଆୟୋଜିତ ବିଶ୍ୱଶାନ୍ତି ମହାଜଜ୍ଞ ସଫଳ ଆୟୋଜନ ପାଇଁ ବିଜେପି ନେତା ତଥା ରାୟଗଡ ଟ୍ରକ ମାଲିକ ସଂଘ ସଭାପତି ୟାଲା ଭେଙ୍କେଟେଶ୍ବର ରାଓ, ବିଶ୍ବ ସାଧନା କେନ୍ଦ୍ରର ପ୍ରମୂଖ ବାବା ଯୋଗୀ ଶ୍ରୀଚୈତନ୍ୟ ରାମଜୀ, ଯଜ୍ଞ କମିଟି ସଂଯୋଜକ ବିଶ୍ବଜିତ ପଣ୍ଡା, ଶ୍ରୀରାମ ପଣ୍ଡା ଓ ରାଜୁ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

ଜିଲ୍ଲାର ବିଭିନ୍ନ ମଠ, ମନ୍ଦିର, ସଂସ୍କୃତି ପରିଷଦ, ମହିଳା ସଂଗଠନ, ସାମାଜିକ ଅନୁଷ୍ଠାନ ଗୁଡିକ ସାମିଲ ହୋଇଲୋକଙ୍କମଧ୍ୟରେ ଦିବ୍ୟ ଚେତନା ସୃଷ୍ଟି କରିବା ଉଦେଶ୍ୟରେ ଯଜ୍ଞର ଆଯୋଜନ କରାଯାଇଥିଲା ବୋଲି କୋଣ୍ଡା ବାବୁ କହିଛନ୍ତି । ଆଧ୍ୟାତ୍ମିକ ଜାଗରଣ ସୃଷ୍ଟି କରି, ସାମାଜିକ ସଂସ୍କାର ଆଣିବାପାଇଁ ବ୍ୟକ୍ତିର ଚରିତ୍ର ଗଠନ କରିବା ଯଜ୍ଞର ମୂଳ ଲକ୍ଷ ରହିଛି ବୋଲି କମିଟି ପକ୍ଷରୁ କୁହାଯାଇଛି। ପରିଶେଷରେ ଯଂଜ୍ଞ ର ସଂଯୋଜକ କୋଣ୍ଡା ବାବୁ ପୂଜା ମଞ୍ଚରେ ମାନ୍ୟବର ମୁଖ ଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରିଥିଲେ lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ