କେ ଏମ ଭାଲିଆସାହି ପିଏମ ଶ୍ରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ।

କେ ଏମ ଭାଲିଆସାହି ପିଏମ ଶ୍ରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ।

କେ ଏମ ଭାଲିଆସାହି ପିଏମ ଶ୍ରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ।

ଗଜପତି ତା 02/04/2026 ରିଖ(ମନୋଜ ପାଢ଼ୀ)-: ଗୁରୁବାର ଦିନ ଆର ,ଉଦୟଗିରି ବ୍ଲକ ର କେ ଏମ ଭାଲିଆସାହି ସ୍ଥିତ ସରକାରୀ ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ଏ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଆର, ଉଦୟଗିରି ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଲଷ୍ମୀ ନାରାୟଣ ଶବର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ରା ଉଦୟଗିରି ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ବୀରେନ୍ଦ୍ର କୁମାର ମଣ୍ଡଳ କାର୍ଯ୍ୟକ୍ରମର ସଭାପତି ରୂପେ ଆସନ ଅଳଙ୍କୃତ କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ରାୟଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ମନୋଜ କୁମାର ବେହେରା, କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଲୋକନାଥ ନାହାକ, ରାଜ୍ୟ ପୁରସ୍କୃତ ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ଶ୍ରୀ ସୁବାସ ଚନ୍ଦ୍ର ସାହୁ,ବରିଷ୍ଠ ଗ୍ରାମବାସୀ ଶ୍ରୀ ଆଦିକନ୍ଦ ବଣୁଆରାୟ, ଛେଳିଗଡ଼ ଉ ପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବୃନ୍ଦାବନ ମହାଙ୍କୁଡ ଗ୍ରାମବିକାଶ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀ ଅଶୋକ ବେହେରା, ବିଦ୍ୟାଳୟ ପରିଚାଳନା ସମିତି ସଭାପତି ଶ୍ରୀ ସାଧୁ ଚରଣ ଦଣ୍ଡସେନା ଓ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରହଲ୍ଲାଦ ଶିହଳ ସମ୍ମାନିତ ଅତିଥି ରୂପେ ଆସନ ଅଳଙ୍କୃତ କରିଥିଲେ | ମୁଖ୍ୟ ଅତିଥିଙ୍କ ସହ ସମସ୍ତ ଅତିଥି ବୃନ୍ଦ ପ୍ରଦୀପ ପ୍ରଜ୍ବଳନ କରିବା ପରେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ | ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା ଓ ପ୍ରଧାନ ଶିକ୍ଷକଙ୍କ ଦ୍ୱାରା ସମ୍ପାଦକୀୟ ବିବରଣୀ ପାଠ କରାଯାଇଥିଲା | କୁନି କୁନି ଆଠ ଜଣ ଛାତ୍ର ଛାତ୍ରୀଙ୍କୁ ବନ୍ଦାପନା ସହ ଫୁଲତୋଡ଼ା ଦେଇ ଅତିଥି ବୃନ୍ଦ ପ୍ରବେଶ ଉତ୍ସବ ନିମନ୍ତେ ସମ୍ବର୍ଦ୍ଧିତ କରିଥିଲେ | ବ୍ଲକ ସ୍ତରରେ ଯେପରି ବିଦ୍ୟାଳୟର ସୁନାମ ରହିଛି ସେଭଳି ଆଗାମୀ ଦିନରେ ଆହୁରି ଅଧିକ ଛାତ୍ର ଛାତ୍ରୀ ଯେଭଳି ନବୋଦୟ ଓ ଅନ୍ୟାନ୍ୟ ପରୀକ୍ଷାରେ ବହୁ ସଂଖ୍ୟାରେ ଭଲ ନମ୍ବର ରଖି କୃତକାର୍ଯ୍ୟ ହେବେ ସେଥିପ୍ରତି ଦୃଷ୍ଟି ଦେବା ପାଇଁ ଅତିଥି ବୃନ୍ଦ ଧ୍ୟାନ ଆକର୍ଷଣ କରିଥିଲେ | ସାଂସ୍କୃତିକ କାର୍ଯ୍ୟକ୍ରମରେ ସୁଦୂର ଗଞ୍ଜାମର ପାତ୍ରପୁର ବ୍ଲକରୁ ଆସିଥିବା କଳା ଶିକ୍ଷକ ଶ୍ରୀ ସ୍ଵପ୍ନେଶ୍ଵର ପ୍ରଧାନଙ୍କ ଦ୍ୱାରା ନିର୍ଦ୍ଦେଶିତ ଏକ ଶିକ୍ଷ୍ୟଣ ଭିତ୍ତିକ ବାସ୍ତବ ଧର୍ମୀ ନାଟକ ବାର୍ଦ୍ଧକ୍ୟ ବେଦନା ଓ ଅନ୍ୟ ଏକ ଯୁଗୋପଯୋଗୀ ନାଟକ କାନ୍ଦୁଛି ଧରଣୀ ହସେ ମଣିଷ ପରିବେଷଣ ହୋଇଥିଲା | ବାସ୍ତବରେ ଦୁଇଟି ନାଟକରେ ଅଭିନୟ କରିଥିବା କୁନି କୁନି ଛାତ୍ର ଛାତ୍ରୀ ମାନଙ୍କର ଅଭିନୟ ଦର୍ଶକ ମାନଙ୍କ ହୃଦୟକୁ ଛୁଇଁ ଥିଲା | ନାଟକ ଶେଷ ପର୍ଯ୍ୟନ୍ତ ଦର୍ଶକମାନଙ୍କ କରତାଳି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା | ବାଦ୍ୟ ଯନ୍ତ୍ରରେ ଶ୍ରୀ ମୁନା ମିଶ୍ର ଓ ତାଙ୍କ ସାଥି ସହଯୋଗ କରିଥିବା ବେଳେ ଶବ୍ଦ ଓ ଆଲୋକରେ ଶ୍ରୀ ଅନନ୍ତ ଦଳାଇ ସହଯୋଗ କରିଥିଲେ | ବିଦ୍ୟାଳୟର ଶିକ୍ଷକ ଶ୍ରୀ ଯୁଧିଷ୍ଠିର ପାଇକ ମଞ୍ଚ ପରିଚାଳନା କରିଥିବା ବେଳେ ବରିଷ୍ଠ ଶିକ୍ଷକ ଶ୍ରୀ ରାମଚନ୍ଦ୍ର ଦଳବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ସମ୍ପାଦନ ହୋଇଥିଲା | ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ, ପୂର୍ବତନ ଛାତ୍ର ଛାତ୍ରୀ ବୃନ୍ଦ, ଗ୍ରାମବାସୀ ବୃନ୍ଦ ସହଯୋଗ କରିଥିଲେ |କାର୍ଯ୍ୟକ୍ରମଟି ବହୁତ ସଫଳତାର ସହ ଅନୁଷ୍ଠିତ ହୋଇଥିଲା ତେଣୁ ଅଞ୍ଚଳବାସୀ ଶିକ୍ଷକ ଓ କର୍ମଚାରୀ ବୃନ୍ଦଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ |