କେ. ଏମ୍. ଭାଲିଆସାହି ଜେ ଆର୍ ସି, ସ୍କାଉଟ କଲେ ପଣା ବଣ୍ଟନ ________________
ଗଜପତି,୧୫.୨(ମନୋଜ ପାଢ଼ୀ) ପବିତ୍ର ମହା ଶିବରାତ୍ରୀ ଜାଗର ଉପଲକ୍ଷେ ଗଜପତି ଜିଲ୍ଲାର ରା ଉଦୟଗିରି ବ୍ଲକ୍ ଅନ୍ତର୍ଗତ ପି ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ କେ ଏମ ଭାଲିଆସାହି ତରଫରୁ ଜୁନିଅର ରେଡକ୍ରସ୍ ଏବଂ ସ୍କାଉଟ୍ ଏଣ୍ଡ ଗାଇଡସ୍ ସହଯୋଗରେ ପଣା ବଣ୍ଟନ କରାଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରହ୍ଲାଦ ଶିଅଳ, ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରା ଏବଂ ସହକାରୀ ଶିକ୍ଷକ ଶ୍ରୀଯୁକ୍ତ କିଶୋର ଦଣ୍ଡସେନା ମିଳିତ ସହଯୋଗ କ୍ରମେ ଉକ୍ତ କାର୍ଯ୍ୟକ୍ରମ ସଫଳ ହୋଇଥିଲା। ଯାହାକି ରା ଉଦୟଗିରି ବ୍ଲକ ଅନ୍ତର୍ଗତ ଅବାରସିଂ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା କେ ଏମ ଭାଲିଆସାହି ଗ୍ରାମରେ ଅଧିଷ୍ଠାତୃ ଦେବତା ଭାବେ କେଉଁ ଆଦିମ କାଳରୁ ପୂଜା ପାଇ ଆସୁଛନ୍ତି ଦେବ ଦେବ ମହାଦେବ ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ମହାପ୍ରଭୁ। ପ୍ରତି ଦିନ ଘଣ୍ଟ ଘଣ୍ଟା ଆଳତୀ ସହିତ ପୂଜା ଅର୍ଚ୍ଚନା କରାଯାଇଥାଏ ପ୍ରଭୁ ଶ୍ରୀ ଗୁପ୍ତେଶ୍ୱର ଙ୍କର। ସଂକ୍ରାନ୍ତି ପୂର୍ଣ୍ଣିମା ଆଦି ଦିବସରେ ଆଖ ପାଖ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଲାଗିଥାଏ। ଶ୍ରାବଣ ପୂର୍ଣ୍ଣିମାରେ ଅନେକ ଦୂର ଦୂରାନ୍ତରୁ ଶହ ଶହ କାଉଡ଼ିଆ ଭକ୍ତମାନେ ପାଣି ଢାଳି ବାବାଙ୍କ ଆଶୀର୍ବାଦ ଗ୍ରହଣ କରନ୍ତି। ଠିକ୍ ସେହିପରି ଏଠାରେ ମଧ୍ୟ ପ୍ରତି ବର୍ଷ ମହା ଆଡ଼ମ୍ବରରେ ଶିବ ରାତ୍ରୀ ପାଳନ କରାଯାଇଥାଏ।
ଏହି ଅବସରରେ ନିକଟସ୍ଥ ପି ଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ କେ ଏମ ଭାଲିଆସାହି ତରଫରୁ ପ୍ରତବର୍ଷ ଭଳି ଏବର୍ଷ ମଧ୍ୟ ଶ୍ରଦ୍ଧାଳୁ ଭକ୍ତମାନଙ୍କ ପାଇଁ କମଳା ଅଙ୍ଗୁରୁ କଦଳୀ ଏପୁଲ୍ ନଡ଼ିଆ ଆଦି ବିଭିନ୍ନ ପ୍ରକାରର ଫଳ ମୂଳ ସହିତ ଛେନା ଏବଂ ନବାତ ମିଶ୍ରଣରେ ପଣା ପ୍ରସ୍ତୁତ କରାଯାଇଥିଲା। ପ୍ରଥମେ ଏହା ପ୍ରଭୁ ଶ୍ରୀ ଗୁପ୍ତେଶ୍ୱରଙ୍କ ନିକଟରେ ଅର୍ପଣ କରାଯିବା ପରେ ସାରା ଦିନ ଦର୍ଶନ ପାଇଁ ଆସୁଥିବା ଭକ୍ତ ମାନଙ୍କୁ ବଣ୍ଟନ କରାଯାଇଥିଲା। ଶ୍ରଦ୍ଧାଳୁ ଭକ୍ତମାନେ ସନ୍ତୋଷ ଲାଭ କରିବା ସହିତ ସ୍ଥାନୀୟ ଲୋକମାନେ ମଧ୍ୟ ଏପରି କାର୍ଯ୍ୟକୁ ପ୍ରଶଂସା କରିବା ସହିତ ଜେ ଆର୍ ସି ଏବଂ ସ୍କାଉଟ୍ ଗାଇଡସ୍ କାର୍ଯ୍ୟର ମହତ୍ତ୍ଵକୁ ବୁଝିଛନ୍ତି।
