କେସିଙ୍ଗପୁର ବନାଞ୍ଚଳ ସ୍ତରୀୟ ବଣଭୋଜି ସ୍ଥଳ ଦେବଗିରି ରେ ପ୍ଲାଷ୍ଟିକ ମୁକ୍ତ ସଚେତନତା କାର୍ଯ୍ୟକ୍ରମ
ରାୟଗଡ (ଅମୁଲ୍ୟ ନିଶଙ୍କ ) : ତା୦୫ .୦୧.୨୦୨୬ ରିଖ ରେ କେସିଙ୍ଗପୁର ବନାଞ୍ଚଳ ତରଫରୁ ବନାଞ୍ଚଳ ସ୍ତରୀୟ ବଣ ଭୋଜି ସ୍ଥଳ ରେ ପ୍ଲାଷ୍ଟିକ ମୁକ୍ତ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସଚେତନ କାର୍ଯକ୍ରମ ଟି ପବିତ୍ର ଶୈବ ପୀଠ ତଥା ଦେବଗିରି ବଣ ଭୋଜି ସ୍ଥଳ ରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଟି ର ମୁଖ୍ୟ ବାର୍ତ୍ତା ଥିଲା ଯେ କିପରି ଆମେ ଆମ ଆଖ ପାଖ ରେ ଥିବା ବଣ ଭୋଜି ସ୍ଥଳ ଗୁଡିକ ପ୍ଲାଷ୍ଟିକ ମୁକ୍ତ କରିବା ଓ ପରିବେଶ ଅନୁକୂଳ ଦ୍ରବ୍ୟ ବ୍ୟବହାର କରିବା । ଏହି କାର୍ଯ୍ୟକ୍ରମ ରେ କେସିଙ୍ଗପୁର ଗ୍ରାମପଞ୍ଚୟତ ର ସ୍ବୟଂ ସହାୟକ ଗୋଷ୍ଠୀ , ଶିକାରପାଇ ସ୍କୁଲ ଶିକ୍ଷକ , ଶିକ୍ଷୟତ୍ରୀ , ଛାତ୍ର , ଛାତ୍ରୀ ,ଦେବଗିରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀଙ୍କ ସହିତ କେସିଙ୍ଗପୁର ବାନାଞ୍ଚଳ କର୍ମଚାରୀ ଙ୍କ ମିଳିତ ସହଯୋଗ ରେ କାର୍ଯକର୍ମ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମ କୁ ବନାଞ୍ଚଳ ଅଧିକାରୀ କେସିଙ୍ଗପୁର ରେଞ୍ଜେର ଚନ୍ଦନ ଗମାଙ୍ଗ ଙ୍କ ତତ୍ୱାବଧାନ ରେ ଆୟୋଜିତ ବେଳେ ଶିକରପାଇ ଫୋରେଷ୍ଟର ପ୍ରଦୀପ୍ତ କୁମାର ଜେନା, କେସିଙ୍ଗୋପୁର ଫୋରେଷ୍ଟର ଭଗବାନ ସାରକା ଓ ହାଡିବନ୍ଧୁ ବାଉରୀତେଜଶ୍ବରୀ ସାହୁ, ଫରଷ୍ଟ ଗାର୍ଡ ଅକ୍ଷୟ ମିଶ୍ର, ତେଜରାଜ ସୁନା,ଅନୁଷ୍କା ପଣ୍ଡା ସହଯୋଗ କରିଥିଲେ lବଣ ଭୋଜି ସ୍ଥଳ ରେ ବହୁ ଦିନ ରୁ ପଡିଥିବା ପ୍ଲାଷ୍ଟିକ ଅଳିଆ ଓ ଅବର୍ଜନା ଯଥା – ପଲିଥିନ , ପାଣି ପାଉଚ, ମସଲା ଜରି , ଜରି ଆବରଣ ପେପର ପ୍ଲେଟ ଇତ୍ୟାଦି କୁ ସଫା କରି ପ୍ଲାଷ୍ଟିକ ମୁକ୍ତ କରାଯାଇଥିଲା ଓ ସେ ବଣ ଭୋଜି ସ୍ଥଳ ରେ ପ୍ଲାଷ୍ଟିକ ଅଳିଆ ଓ ଅବର୍ଜନା ନ କରିବା ପାଇଁ ଶପଥ ପାଠ କରାଯାଇଥିଲା ଏବଂ ସେହି ସ୍ଥଳ ରେ ଅଳିଆ କୁଣ୍ଡ ରଖା ଯାଇଥିଲା । ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

