କେସିଙ୍ଗପୁର କୃଷକ ସଂଘ ପକ୍ଷରୁ ଲ୍ୟାମ୍ପ ଏମ ଡି ଙ୍କୁ ଅଭିଯୋଗ ପତ୍ର ପ୍ରଦାନ
ରାୟଗଡ(info media)ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡା ନିୟନ୍ତ୍ରିତ ବଜାର କମିଟିରେ ବ୍ଲକ କୃଷକ ସଂଘ ପକ୍ଷରୁ ଏକ ଲିଗ୍ତ ଅଭିଯୋଗ ପତ୍ର ଉପଜିଲାପାଳ ଓ ଏଆରସିଏଙ୍କ ଜରିଆରେ ଲ୍ୟାମ୍ପ ଏମଡି ତାରିଣୀ ପ୍ରସାଦ ତ୍ରିପାଠୀଙ୍କୁ ପ୍ରଦାନକରାଯାଇଛି। ଧାନକିଣାରେ ନିର୍ଦ୍ଧାରିତ ଟାର୍ଗେଟ ନ ଥିବା, ଚାଷୀଙ୍କ ଧାନ ଉଠିବାର ୧୫ ଦିନ ବିତିଥିଲେ ସୁଦ୍ଧା ଚାଷୀଙ୍କ ଖାତାକୁ ଅର୍ଥରାଶି ନ ଆସିବା, ୪ ଶହରୁ ଉର୍ଦୁ ଚାଷୀଙ୍କୁ ମୂଳରୁ ଟିକେନ ପ୍ରଧାନ କରାଯାଇ ନ ଥିବା ଆଦି ଅଭିଯୋଗ ରହିଛି। କୃଷକ ସଂଘ ପକ୍ଷରୁ ସଭାପତି ଶ୍ରୀନିବାସ ଚୌଧୁରୀ, ଉପସଭାପତି ଯେଗେନ୍ଦ୍ର ଖାତାକା, ଗୋପି ପେରିସିକା,ସମ୍ପାଦକ ପ୍ରଶାନ୍ତ ନନ୍ଦ କୌଶଲ୍ୟା, ପି. ଗଣେଷ, ପି.ରମେଶ,ଗେଦାଲି ଶ୍ରୀନିବାସ, ଜି.ଏଲ.ଏମ୍. ନାଇଡ଼ୁ. କୁମାରସ୍ବାମୀ କୌଶଲ୍ୟା, ନରସିଂନାଥ ସାହୁ, ଗୁଡଲ୍ଲା ପ୍ରସାଦ ରାଓ, ଗୁଡଲ୍ଲା ନାଗେଶ, ବିଜୟ ନାଏକ, ଲକ୍ଷ୍ମଣ ଲେଚେରୀ, କେ, ଚେଲାପତି, ଉମେଶ ଚନ୍ଦ୍ର ରଥ ଓ ବ୍ଲକର ସମସ୍ତ ଚାଷୀ ରହି ଅଭିଯୋଗ ପତ୍ର ପ୍ରଦାନ କରିଥିଲେ।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
