କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମ ମୋହନ ପଟପାଟନାମ ଗ୍ରସ୍ତ ଗଜପତି,୨୦.୩(ମନୋଜ ପାଢ଼ୀ):- କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମ ମୋହନ ନାଇଡୁଙ୍କ ସାକ୍ଷାତ କରି ଦୁଇଟି ରେଳର ସମ୍ପ୍ରସାରଣ ଓ ନିକଟ ଅଞ୍ଚଳରେ ଏକ ମିନି ବିମାନ ବନ୍ଦର ସ୍ଥାପନ ପାଇଁ ଦାବି ଜଣାଇଲେ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ ପାଣିଗ୍ରାହୀ। ରାଜ୍ୟ ରାଣୀ ଏକ୍ସପ୍ରେସ ଟ୍ରେନ ଯାହା ଗୁଣୁପୁର ଠାରୁ ରାଉରକେଲା ଯାଉଥିବା ବେଳେ ଓଡ଼ିଶା ସୀମାନ୍ତ ପାତପାଟଣା ଓ ବିଭିନ୍ନ ସ୍ଥାନରେ ରହଣି ପାଇଁ ଅନୁମୋଦନ ପାଇଛି ଯାହାର ଶୁଭାରମ୍ଭ ନିମନ୍ତେ ରେଳ ବିଭାଗ ପକ୍ଷରୁ ସ୍ଟେଶନ ପରିସରରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲେ । କାର୍ଯ୍ୟକ୍ରମରେ ପାତପାଟଣା ବିଧାୟକ ଏମଗୋବିନ୍ଦ ରାଓଙ୍କ ସମେତ ପାରଳାଖେମୁଣ୍ଡି ବିଧାୟକ ଇଂ ରୂପେଶ ପାଣିଗ୍ରହୀ ଯୋଗ ଦେଇଥିବା ବେଳେ ଉକ୍ତ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ରାମ ମୋହନ ନାଇଡୁ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ଥିଲେ । ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ ମନ୍ତ୍ରୀଙ୍କ ସାକ୍ଷାତ କରି ବିଭିନ୍ନ ଉନ୍ନୟନ ଦିଗରେ ଆଲୋଚନା କରିଥିଲେ। ବିଶେଷ କରି ଗୁଣୁପୁର ଠାରୁ ବିଶାଖାପାଟଣା ଯାଉଥିବା ଟ୍ରେନକୁ ହାଇଦ୍ରାବାଦ ପର୍ଯ୍ୟନ୍ତ ଚଳାଚଳ କରିବା ଓ ଭଦ୍ରକ ଠାରୁ ଆସି ପଲାସା ଠାରେ ରହୁଥିବା ଟ୍ରେନକୁ ପାରଳାଖେମୁଣ୍ଡି ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ଦାବି ଜଣାଇଛନ୍ତି ବିଧାୟକ।
ଏହାସହିତ ଅଞ୍ଚଳରେ ଏକ ମିନି ବିମାନ ବନ୍ଦର ସ୍ଥାପନ କରିବା ପାଇଁ ମଧ୍ୟ ଆଲୋଚନା କରିଛନ୍ତି ମନ୍ତ୍ରୀ। ଗଜପତି ଜିଲ୍ଲାରୁ ପ୍ରତିଦିନ ଅନେକ ଲୋକ ଚାକିରି ତଥା ବ୍ୟବସାୟ ଓ ପାଠପଢା ନିମନ୍ତେ ହାଇଦ୍ରାବାଦ, ଚେନ୍ନାଇ, ବେଙ୍ଗାଲୁରୁ ଏବଂ କଟକ ଭୁବନେଶ୍ୱର ଦିଲ୍ଲୀ ମୁମ୍ବାଇ କୋଲକାତା ଆଦି ସହରକୁ ଯାତାୟତ କରୁଛନ୍ତି। ତେବେ ପ୍ରଗତିଶୀଳ ଯୁଗରେ ଗମନାଗମନ ବିକାଶ ଅତି ଜରୁରୀ ହୋଇଛି। ତେଣୁ ଜିଲ୍ଲା ସହିତ ବିଭିନ୍ନ ଦିଗକୁ ରେଳ ଓ ବିମାନରେ ଗମନାଗମନର ସୁବିଧା ସୃଷ୍ଟି କରିବା ପାଇଁ କେନ୍ଦ୍ର ସରକାରଙ୍କ ଠାରେ ଦାବି ରଖିଛନ୍ତି ବିଧାୟକ। ତେବେ ଦିଲ୍ଲୀ ଫେରିବା ପରେ ରେଳ ବିଭାଗ ଓ ବିମାନ ସେବା ବିଭାଗ ସହ ଆଲୋଚନା କରି ପଦକ୍ଷେପ ନେବେ ବୋଲି କହିଛନ୍ତି ମନ୍ତ୍ରୀ ରାମ ମୋହନ ନାଇଡୁ।
