କେନ୍ଦୁଝର ପ୍ରଗତି ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ମଇଦାନକେଲସ୍ଥିତ ପ୍ରଗତି ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ସେ କହିଛନ୍ତି ଯେ, ପ୍ରଗତି ହାଇସ୍କୁଲର ୫୦ ବର୍ଷର ଗୌରବମୟ ଯାତ୍ରା କେବଳ ଏକ ଶିକ୍ଷାନୁଷ୍ଠାନର ସଫଳତା ନୁହେଁ, ବରଂ ଏହା କେନ୍ଦୁଝର ମାଟିର ଶିକ୍ଷା, ସଂସ୍କୃତି ଓ ମୂଲ୍ୟବୋଧର ଏକ ବିରାଟ ପ୍ରତିଫଳନ।ମୁଖ୍ୟମନ୍ତ୍ରୀ
ଶିକ୍ଷକ, ପୁରାତନ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ଅବଦାନକୁ ସ୍ମରଣ କରି ଶିକ୍ଷାର ମାଧ୍ୟମରେ ସମାଜ ଗଢ଼ିବାରେ ଏପରି ଅନୁଷ୍ଠାନର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି।

