କେନ୍ଦୁଘାଟିରେ ଓଲଟିଲା କୋଳଥ ବୋଝେଇ ଟ୍ରକ୍: ଡ୍ରାଇଭର ଗୁରୁତର
ଗଜପତି,୫।୪(ମନୋଜ ପାଢ଼ୀ):ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲିଲିଗଡ଼ ନିକଟ କେନ୍ଦୁଘାଟି ବୁଲାଣିରେ ଦୁର୍ଘଟଣା ଘଟିଛି।ସୂଚନା ପ୍ରକାରେ ବ୍ରହ୍ମପୁରଠାରୁ ଏକ କୋଳଥ ବୋଝେଇ ଟ୍ରକ ଜୟପୁର ଯାଉଥିବା ସମୟରେ ବିଳମ୍ବିତ ରାତିରେ କେନ୍ଦୁଘାଟି ବୁଲାଣିରେ ଟ୍ରକର ଯଏଣ୍ଟ ଛିଡ଼ିଯିବା ଫଳରେ ଭାରସାମ୍ୟ ହରାଇ ରାସ୍ତା କଡର ଏକ ଗଛକୁ ପିଟଥିଲା। ଟ୍ରକଟି ଦୁର୍ଘଟଣା ହେବାପରେ ଡ୍ରାଇଭରଙ୍କ ଚିତ୍କାର ଶୁଣି ନିକଟରେ ରହୁଥିବା କବିର ମଲ୍ଲିକ ପ୍ରଥମେ ଦୁର୍ଘଟଣା ନିକଟରେ ପହଞ୍ଚିଥିଲେ। ଡ୍ରାଇଭର କାଳିଆ ବେହେରା (୨୬)ଙ୍କୁୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମୋହନା ମେଡିକାଲରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ କାଳିଆଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ମୋହନା ପୋଲିସ ପହଞ୍ଚି ତଦନ୍ତ କରୁଛି।
