କେତେକ ମୁଷ୍ଟିମେୟ ବ୍ୟକ୍ତିଙ୍କ ଯୋଗୁଁ ବିଦ୍ୟାଳୟ କୋଠା ପାଲଟିଛି ଭୁତ କୋଠି, ତଦନ୍ତ ପାଇଁ ପହଁଚିଲେ ଜିଲ୍ଲା ଶିକ୍ଷାଧିକାରୀ ।

କେତେକ ମୁଷ୍ଟିମେୟ ବ୍ୟକ୍ତିଙ୍କ ଯୋଗୁଁ ବିଦ୍ୟାଳୟ କୋଠା ପାଲଟିଛି ଭୁତ କୋଠି, ତଦନ୍ତ ପାଇଁ ପହଁଚିଲେ ଜିଲ୍ଲା ଶିକ୍ଷାଧିକାରୀ ।

କେତେକ ମୁଷ୍ଟିମେୟ ବ୍ୟକ୍ତିଙ୍କ ଯୋଗୁଁ ବିଦ୍ୟାଳୟ କୋଠା ପାଲଟିଛି ଭୁତ କୋଠି, ତଦନ୍ତ ପାଇଁ ପହଁଚିଲେ ଜିଲ୍ଲା ଶିକ୍ଷାଧିକାରୀ ।

ଗଜପତି,୨୪.୧(ମନୋଜ ପାଢ଼ୀ)ପିଲାଙ୍କ ଶିକ୍ଷା ମନ୍ଦିର କୁହାଯାଉଥିବା ବିଦ୍ୟାଳୟକୁ କେତେକ ମୁଷ୍ଟିମେୟ ବ୍ୟକ୍ତିଙ୍କ ହସ୍ତକ୍ଷେପ ଯୋଗୁଁ ବିଦ୍ୟାଳୟ କୋଠା ଭୁତ କୋଠି ପାଲଟିଯାଇଛି। ଆଠ ବର୍ଷ ପୂର୍ବେ ତତ୍କାଳୀନ ଲୋକସଭା ସଦସ୍ୟ ସିଦ୍ଧାନ୍ତ ମହାପାତ୍ର ଏହି କୋଠାକୁ ଉଦଘାଟନ କରିଥିଲେ। ଆଜି ତଦନ୍ତ ପାଇଁ ପହଞ୍ଚିଲେ ଜିଲ୍ଲା ଶିକ୍ଷଧିକାରୀ ମାୟାଧର ସାହୁ। କୋଠାଟି ବର୍ତମାନ ବଣ ଜଙ୍ଗଲ ଘେରାରେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି।ଏହି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ନାମନଗଡ ସରକାରୀ ଉଚ୍ଚ ବିଦ୍ୟାଳୟର କୋଠା। ୨୦୧୭ ମସିହାରେ ପ୍ରାୟ ଷାଠିଏ ଲକ୍ଷ୍ୟ ଟଙ୍କା ଅଟକଳରେ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଏହି ଶ୍ରେଣୀକକ୍ଷ ନିର୍ମାଣ କରାଯାଇଥିଲା।

ଆଠ ବର୍ଷ ତଳେ ଠିକ ସରସ୍ବତୀ ପୂଜା ଦିନ ଛାତ୍ରଛାତ୍ରୀ ପୂଜାପାଠ କରି ବିଦ୍ୟାଳୟ ପ୍ରବେଶ କରିଥିଲେ। ହେଲେ କେବଳ ଦୁଇଦିନ ଶିକ୍ଷାଦାନ ପରେ କିଛି ମୁଷ୍ଟିମେୟ ବ୍ୟକ୍ତିଙ୍କ ହସ୍ତକ୍ଷେପ ଯୋଗୁଁ ଆଉ ସେହି ବିଦ୍ୟାଳୟ କୁ ଛାତ୍ରଛାତ୍ରୀ ଯାଇନଥିଲେ। ଏହି ପରିପ୍ରେକ୍ଷିରେ ଦୀର୍ଘ ଆଠ ବର୍ଷ ବିତିଯାଇଥିଲେ ମଧ୍ୟ କୌଣସି ଶିକ୍ଷକ କିମ୍ବା ବିଭାଗୀୟ ଅଧିକାରୀ ମାନେ ମଧ୍ୟ ସେହି ଶ୍ରେଣୀ ଗୃହରେ ଶିକ୍ଷାଦାନ ଚାଲୁ ରଖିବା ନିମନ୍ତେ ପ୍ରୟାସ କରିନଥିବା ଆନନ୍ଦପୁର ଗ୍ରାମର ଲକ୍ଷ୍ମୀନାରାୟଣ ଭୂୟାଁ, ମୋହନ କୁମାର ମିଶାଲ,ପାଟିକି କନକ,ଅର୍ଣ୍ଣପୂର୍ଣ୍ଣା ରାଉତ ଏବଂ ଲିଲି ମଳିକ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଜିଲ୍ଲା ଶିକ୍ଷାଧିକାରୀ ମାୟାଧର ସାହୁଙ୍କୁ ପଚାରିବାରୁ ଜିଲ୍ଲାପାଳଙ୍କୁ ତଦନ୍ତ ରିପୋର୍ଟ ପ୍ରଦାନ କଲାପରେ ପରବର୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।