କୁରକୁରେ ଚିପ୍ସ ଦେବା ନାଁରେ ଶିଶୁକୁ ଅପହରଣ ସହ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ମୁଖ୍ୟ ଅଭିଯୁକ୍ତ**ଭୋଗିବେ ୨୦ ବର୍ଷର ସଶ୍ରମ କାରାଦଣ୍ଡ*

କୁରକୁରେ ଚିପ୍ସ ଦେବା ନାଁରେ ଶିଶୁକୁ ଅପହରଣ ସହ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ମୁଖ୍ୟ ଅଭିଯୁକ୍ତ**ଭୋଗିବେ ୨୦ ବର୍ଷର ସଶ୍ରମ କାରାଦଣ୍ଡ*

*କୁରକୁରେ ଚିପ୍ସ ଦେବା ନାଁରେ ଶିଶୁକୁ ଅପହରଣ ସହ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ମୁଖ୍ୟ ଅଭିଯୁକ୍ତ**ଭୋଗିବେ ୨୦ ବର୍ଷର ସଶ୍ରମ କାରାଦଣ୍ଡ*

ଗଜପତି,୧୨.୨(ମନୋଜ ପାଢ଼ୀ)-: ଏକ କୋମଳମତି ଶିଶୁକୁ କୁରକୁରେ ଚିପ୍ସ ଦେବା ନାଁରେ ଘରୁ ଅପହରଣ କରି ଦୁଷ୍କର୍ମ କରିବା ଭଳି ସମ୍ବେଦନଶୀଳ ମାମଲାର ଶୁଣାଣି କରି ଆଜି ଗଜପତି ଜିଲ୍ଲା ମାନ୍ୟବର ଅତିରିକ୍ତ ଜିଲ୍ଲା ସେସନ ଜଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା ୬ରେ ମୋହନା ଥାନା ଅନ୍ତର୍ଗତ ଭାଲିଆ ସାହିର ଅଭିଯୁକ୍ତ ବଳରାମ ନାୟକ ଓରଫ ବାଲା (୬୦ବର୍ଷ)ଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ବର୍ଷର ସଶ୍ରମ କାରାଦଣ୍ଡ ସହ ୧୦ହଜାର ଟଙ୍କା ଜୋରିମାନାର ସଜା ଶୁଣାଇଛନ୍ତି ତଥା ଜୋରିମାନା ଅନାଦେୟ ଆହୁରି ଛଅ ମାସ ସଶ୍ରମ ଜେଲଦଣ୍ଡ ଭୋଗ କରିବାକୁ ପଡିବ ବୋଲି ମାନ୍ୟବର ନ୍ୟାୟାଧୀଶ ନିଜର ରାୟରେ ଉଲ୍ଲେଖ କରିଛନ୍ତି। ସେହିପରି ଅପହରଣ ପାଇଁ ରହିଥିବା ଭାରତୀୟ ପିଙ୍ଗଳ କୋଡ଼ର ଧାରା ୩୬୩ରେ ଉକ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୩ବର୍ଷର ସଶ୍ରମ କାରାଦଣ୍ଡ ସହ ୧ହଜାର ଟଙ୍କା ଜୋରିମାନା ସଜା ଶୁଣାଇଛନ୍ତି ତଥା ଜୋରିମାନା ଅନାଦେୟ ଆହୁରି ଦୁଇ ମାସ ସଶ୍ରମ ଜେଲଦଣ୍ଡ ଭୋଗ କରିବାକୁ ପଡିବ ବୋଲି ମାନ୍ୟବର ନ୍ୟାୟାଧୀଶ ନିଜର ରାୟରେ ଉଲ୍ଲେଖ କରିଛନ୍ତି। ଏହି ସମ୍ବେଦନଶୀଳ ମାମଲାରେ ବିଚାରପତି ନିଜ ରାୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ପିଡ଼ିତାଙ୍କୁ କ୍ଷତିପୂରଣ ବାବଦକୁ ଚାରି ଲକ୍ଷ ଟଙ୍କା ପ୍ରଦାନ କରିବା ନିମନ୍ତେ ନିର୍ଦ୍ଦେଶ ଜାରି କରିବା ସହ ଜୋରିମାନାର ସମ୍ପୂର୍ଣ୍ଣ ରାଶି ପିଡିତାଙ୍କୁ ଦେବା ନିମନ୍ତେ ଉଲ୍ଲେଖ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ଏମ୍ ପୃଥ୍ୱୀରାଜ ଏହି ମାମଲାର ସଫଳ ପରିଚାଳନା କରିଥିବାର ଖବର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ୨୮ ମ୍ୟାଚ ୨୦୨୪ ତାରିଖ ଦିନ ସନ୍ଧ୍ୟା ସମୟରେ ଏତଲାକାରିଣୀ ମାଆ ଓ ତାଙ୍କ କୁନି ଝିଅ ଘର ପିଣ୍ଢାରେ ବସିଥିଲେ। ପରେ କୌଣସି କାମରେ ଘର ଭିତରକୁ ମାଆ ଜଣଙ୍କ ଚାଲିଯାଇଥିଲେ ଓ ଆସି ଦେଖିବାକୁ ପାଇଥିଲେ ଯେ, ତାଙ୍କ ଝିଅ ସେଠାରେ ଆଉ ନାହିଁ। ଚାରିଆଡେ ଖୋଜାଖୋଜି କରିବା ସମୟରେ ଖବର ପାଇଲେ ଯେ, ତାଙ୍କ ଝିଅଙ୍କୁ ଉକ୍ତ ଅଭିଯୁକ୍ତଜଣକ କୁରକୁରେ କିଣି ଦେବା ପାଇଁ ଏକ ଦୋକାନ ପାଖରେ ଝିଅକୁ ଧରିକି ଠିଆ ହୋଇଥିଲା। କିନ୍ତୁ ପରେ କୁଆଡେ ଗଲା ତା’ର ଖୋଜ ଖବର ନାହିଁ। ସନ୍ଦେହରେ ଚାରିଆଡେ ଖୋଜାଖୋଜି କରି ଯେତେବେଳେ ଗାଁ ଶେଷରେ ଥିବା ଟଟଙ୍ଗପଡ଼ା ପଥର ଥିବା ଲଟା ବୁଦା ଭିତରକୁ ଯାଇ ଦେଖିଲେ, ସେତେବେଳେ ସେ ସ୍ତବ୍ଧ ରହିଯାଇଥିଲେ। ସେ ସମୟରେ ମୁଦଲା ତାଙ୍କ କୋମଳମତି ଶିଶୁ କନ୍ୟାକୁ ନିର୍ବସ୍ତ୍ର କରି ତା’ ଉପରେ ଅସଂଯତ ଅବସ୍ଥାରେ ବସି ରହିଥିଲା । ପରେ ସେ ଜୋରରେ ପାଟି କରିବାରୁ ଗାଁ ଲୋକ ସେଠାରେ ପହଞ୍ଚି ଅଭିଯୁକ୍ତକୁ କାବୁ କରିବା ସହ ଚେତାଶୂନ୍ୟ ଅବସ୍ଥାରେ ଝିଅଟିର ଉଦ୍ଧାର କରିଥିଲେ। ତେଣୁ ତାଙ୍କ ମାଆ କାଳ ବିଳମ୍ବ ନ କରି ଝିଅକୁ ଚିକିତ୍ସା ନିମନ୍ତେ ମୋହନା ଚିକିତ୍ସାଳୟରେ ଭର୍ତ୍ତି କରିବା ସହ ତା ୨୯-୦୩-୨୦୨୪ରେ ମୋହନା ଥାନାରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଏକ ସଙ୍ଗିନ ମାମଲା ଦାୟର କରିଥିଲେ ଯାହାକି ମାମଲା ନମ୍ବର ୭୪ ରେ ପଞ୍ଜିକୃତ ହୋଇଥିଲା। ମାମଲାର ଗମ୍ଭୀରତାକୁ ନଜରରେ ରଖି ସବ-ଇନ୍ସପେକ୍ଟର ଜୟନ୍ତୀ ପୂର୍ତ୍ତି ଉକ୍ତ ମାମଲାର ତଦନ୍ତ କରି ଉକ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲେ। ଆଜି ୨୬ଜଣ ବଳିଷ୍ଠ ସାକ୍ଷୀ ପ୍ରମାଣ ତଥା ୧୭ଟି ଦସ୍ତାବିଜକୁ ଆଧାର କରି ସର୍ବଶେଷରେ ଏହି ଦୃଷ୍ଟାନ୍ତମୂଳକ ରାୟ ମାନ୍ୟବର ନ୍ୟାୟାଧୀଶ ଦେଇଛନ୍ତି।