କାଶୀନଗର ଷ୍ଟେଟ ବ୍ୟାଙ୍କ ଛକ ଠାରେ ଭି. ଏ ଫୋକସ ଏକାଡେମୀ ନାମକ ଏକ ନୂତନ କୋଚିଂ ସେଣ୍ଟର ଉଦ୍ଘାଟନ । ଗଜପତି(ମନୋଜ ପାଢୀ )-କାଶୀନଗର ଷ୍ଟେଟ ବ୍ୟାଙ୍କ ଛକ ଠାରେ ଭି. ଏ ଫୋକସ ଏକାଡେମୀ ନାମକ ଏକ ନୂତନ କୋଚିଂ ସେଣ୍ଟର ଉଦ୍ଘାଟନ ହୋଇଥିଲା. କୋଚିଂ ସେଣ୍ଟର ଉଦ୍ଘାଟନ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ରୁପେଶ ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ ଓ ବ୍ଲକ ଅଧ୍ୟକ୍ଷା ବାଲା ସାଇମ୍ମା ଯୋଗ ଦେଇ ଥିଲେ । ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ଫୋକଷ ଏକାଡେମୀ କୋଚିଂ ସେଣ୍ଟରରେ ପ୍ରଶିକ୍ଷଣ ନେଉଥିବା ପ୍ରାୟ ସମସ୍ତ ଛାତ୍ର ଛାତ୍ରୀଙ୍କ ଉପସ୍ଥିତିରେ ବିଧାୟକ କାଶୀନଗର ଠାରେ ଆଧୁନିକ ପ୍ରଣାଳୀରେ କୋଚିଂ ଦେଉଥିବା ଏହି ଅନୁଷ୍ଠାନରେ ଭଲ ଶିକ୍ଷା ଗ୍ରହଣ କରି ଏହାର ଭରପୁର ଲାଭ ଉଠେଇ ବିଭିନ୍ନ କ୍ଷେତ୍ର ରେ ନିଜ ନିଜ କୃତିତ୍ୱ ରଖି ପାରିବେ ବୋଲି ବକ୍ତବ୍ୟ ରଖିଥିଲେ. ଏହି ସେଣ୍ଟର ର ବିଭିନ୍ନ ସରକାରୀ ଚାକିରୀ ରେ ଯୋଗ ଦେବା ପାଇଁ କୋଚିଂ ଦିଆଯାଉଛି ବୋଲି ପ୍ରଶିକ୍ଷକ ଏ. ସନମୁକା କହିଥିଲେ ।


