କାଶୀନଗର ପଞ୍ଚାୟତ ସମିତି ର ସାଧାରଣ ବୈଠକ ଅନୁଷ୍ଠିତ ।
ଗଜପତି (ମନୋଜ ପାଢ଼ୀ)
କାଶୀନଗର ବ୍ଲକ କାର୍ଯ୍ୟାଳୟ ସଦଭାବନା ଗୃହ ମଧ୍ୟରେ ପଞ୍ଚାୟତ ସମିତିର ସାଧାରଣ ବୈଠକ ବ୍ଲକ ଅଧ୍ୟକ୍ଷା ବାଲା ସାଇମ୍ମା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ ପାଣିଗ୍ରାହୀ ଓ ଅନ୍ୟତମ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷଜି ତିରୁପତି ରାଓ ଯୋଗ ଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ ଥିଲେ । ବୈଠକ ଆରମ୍ଭରେ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଲକ୍ଷ୍ମୀକାନ୍ତ ସାହୁ ପୂର୍ଵ ବୈଠକର ବିବରଣୀ ପାଠ କରିଥିଲେ । ଏହା ପରେ କୃଷି, ସ୍ୱାସ୍ଥ୍ୟ, ପ୍ରାଣୀ, ଶିକ୍ଷା, ବନ ବିଭାଗ ଏମିତି ସବୁ ବିଭାଗ ର ଅଧିକାରୀ ମାନେ ନିଜ ନିଜ ବିଭାଗ ର କାର୍ଯ୍ୟ ସବୁ ବିଷୟରେ ପୁଙ୍ଖାନୁପୁଙ୍ଖ କହିଥିଲେ. କାଶୀନଗର ଠାରେ ତିନି ମାସ ହେଲା ତିନି ଟିକିଆ ହାତୀପଲ ରହିଥିବାରୁ ବିଜୁଳି ସରବାରହ ରାତି ରେ ବନ୍ଦ ରହୁଥିବା ଶିଆଳି ସରପଞ୍ଚ ରାମ ପ୍ରସାଦ ପଟନାୟକ ଓ ବୁଦୁରା ସମିତି ସଭ୍ୟ ବାବୁ ରାଓ ବ୍ୟାନେର ଧରି ଏକ ସରଗରମ ପରିସ୍ଥିତି ସୃଷ୍ଟି ହୋଇଥିଲା । ବିଧାୟକ ଏହାକୁ ହସ୍ତକ୍ଷେପ କରି ବନ ଖଣ୍ଡ ଅଧିକାରୀ କେ. ନଗରଜୁଙ୍କୁ ଏ ବିଷୟରେ ଅବଗତ କରାଇ ଏଭଳି ଏକ ସମ୍ବେଦନଶୀଳ ଘଟଣା ର ତୁରନ୍ତ ସମାଧାନ କରିବା ପାଇଁ ନିର୍ଦେଶ ଦେଇଥିଲେ । ଶିକ୍ଷା ବିଭାଗ ରେ କିଛି ବିଦ୍ୟାଳୟ ରେ ବିଜ୍ଞାନ ଶିକ୍ଷକ ନ ଥିବା ସହ ତେଲୁଗୁ ବହି ଯୋଗେଇଦେବା ପାଇଁ ବୁଦୁରା ସମିତି ସଭ୍ୟ କହିଥିଲେ । କପା ଓ ମକା ଫସଲ କରି ଥିବା ଚାଷୀ ମାନଂକୁ ତୁରନ୍ତ କ୍ଷତି ପୂରଣ ଦେବା ପାଇଁ କୃଷି ଅଧିକାରୀ କହିଥିଲେ । ସେହିପରି ସାମାଜିକ ସୁରକ୍ଷା ବିଭାଗ ର ଭିନ୍ନକ୍ଷମ ଓ ବାର୍ଦ୍ଧକ୍ୟ ଭତ୍ତା ପ୍ରାଦନ ପାଇଁ ଆସିଥିବା ଆବେଦନ ଗୁଡିକୁ ଯୁଦ୍ଧ କାଳୀନ ଭିତ୍ତି ରେ ହିତାଧିକାରୀ ମାନଂକୁ ଚି଼ହ୍ନଟ ପ୍ରକ୍ରିୟା କରି ଦେବା ପାଇଁ ବିଧାୟକ ଶ୍ରୀ ପାଣିଗ୍ରାହୀ ପରାମର୍ଶ ଦେଇଥିଲେ. ଏହି କାର୍ଯ୍ୟକ୍ରମ ସବୁ ବିଡିଓ ଡ଼ମ୍ବୁରୁ ଧର ମଲ୍ଲିକ ସଂଯୋଜନା କରିଥିବା ସହ ଜିଲ୍ଲା ପରିଷଦ ସଭ୍ୟା ଆର ରାଜ ଲକ୍ଷ୍ମୀ, ସାଂସଦ ପ୍ରତିନିଧି ଆର ସତୀଶ ଙ୍କ ସହ ବିଭିନ୍ନ ବିଭାଗ ର ଲାଇନ ଅଧିକାରୀ ମାନେ ଯୋଗ ଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ ।

