କାଶୀନଗର ଅଞ୍ଚଳରେ ହାତୀପଲ ଙ୍କ ଉତ୍ପାତ ।

କାଶୀନଗର ଅଞ୍ଚଳରେ ହାତୀପଲ ଙ୍କ ଉତ୍ପାତ ।

କାଶୀନଗର ଅଞ୍ଚଳରେ ହାତୀପଲ ଙ୍କ ଉତ୍ପାତ ।

ଗଜପତି,୨୩.୧(ମନୋଜ ପାଢ଼ୀ)-: କାଶୀନଗର ଅଞ୍ଚଳରେ ହାତୀପଲ ଙ୍କ ଉତ୍ପାତ ବଂଶଧାରା ଉପକୁଳ ଇଦୁଡି ଅଞ୍ଚଳରେ ୪ ଟିକିଆ ହାତୀ ପଲ ଆଜି ସନ୍ଧ୍ୟାରେ ଫସଲ ଭିତରେ ପଶି ନଷ୍ଟ କରୁଥିବା ଦେଖିବାକୁ ମିଳିଛି। ଦିର୍ଘ ମାସ ଧର ହାତୀ ଅଞ୍ଚଳରେ ଡେରା ପକାଇ ଥିବା ବେଳେ ଚାଷୀ ଅମଳ ଧାନକୁ ଜମିରେ ନରଖି ରାସ୍ତା କଡ଼ରେ ଗଦା କରି ଜଗି ବସିଛନ୍ତି। କିନ୍ତୁ ପରିବା ଚାଷୀ ନା ହାତୀକୁ ଜଗି ପାରୁଛନ୍ତି ନାଁ ତୋଳି ପାରୁଛନ୍ତି ଅମଳ ପୁର୍ବରୁ ହାତୀ ପଲ ପଶି ନଷ୍ଟ କରୁଛନ୍ତି।ଶହ ଶହ ଏକର କଦଳୀ, ଟମାଟ , ବାଇଗଣ , କୋବି ଫସଲ ଜମିରେ ପଶି ନଷ୍ଟ କରୁଛନ୍ତି ହାତୀ ପଲ। ସନ୍ଧ୍ୟା ହେଲେ ମାଡି ଆସୁଛନ୍ତି ଆଖିରେ ଯାହା ନଜରକୁ ଆସୁଛି ତାକୁ ଦଳି ଚକଟି ନଷ୍ଟ କରୁଛନ୍ତି। ଭୟରେ ଚାଷ ଜମିରେ ପାଦ ଦେଇ ପାରୁନାହାନ୍ତି ଚାଷୀ।

ସେପଟେ ବନ କର୍ମଚାରୀ ବାଣ ଫୁଟାଇ ହାତୀକୁ ଘଉଡାଇବା ପାଇଁ ଉଦ୍ୟମ କରୁଥିଲେ ମଧ୍ୟ ଅଞ୍ଚଳ ଛାଡି ଯାଉନାହାନ୍ତି ହାତୀ ପଲ ।

ବନ ଅଧିକାରୀ ବଳରାମ ଶବରଙ୍କ ନେତୃତ୍ବରେ ୯ ଜଣିଆ ଟିମ୍ ରାତି ତମାମ ପ୍ରହରା ଦେବା ସହ ହାତୀର ଗତିବିଧି ଉପରେ ନଜର ରଖିଛନ୍ତି।