କାମର ଅଧିକାରର ସୁରକ୍ଷା ପାଇଁ ଦେଶବ୍ୟାପୀ ମନରେଗା ବଞ୍ଚାଅ ସଂଗ୍ରାମ ।
ଗଜପତି, ୧୦/୧- (ମନୋଜ ପାଢ଼ୀ)ଗଜପତି ଜିଲ୍ଲା ସଦର ମହକୁମାର ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ସଭାଗୃହ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇ ମୋହନା ବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭାପତି ଦାସରଥି ଗମାଙ୍ଗ ୟୁପିଏ ସରକାର ଦ୍ୱାରା ୨୦୦୫ ମସିହାରେ ପ୍ରଣୀତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ନିଶ୍ଚିତି ଆଇନ , ଏକ ଅଧିକାର-ଆଧାରିତ ଆଇନ, ଯାହା ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ମଜୁରୀ ଭିତ୍ତିକ ରୋଜଗାର ଦାବି କରିବାର ଆଇନଗତ ଅଧିକାର ଦେଇଥାଏ। ଗ୍ରାମୀଣ ଜୀବିକା ସୁରକ୍ଷାର ମୂଳ ଆଧାର ଭାବେ ପ୍ରତିବର୍ଷ ୫-୬କୋଟି ପରିବାରକୁ ରୋଜଗାର ଯୋଗାଇଛି, ଦୁଃଖଦ ଦାଦନ କମାଇଛି, ଗ୍ରାମୀଣ ମଜୁରୀ ବଢ଼ାଇଛି ଏବଂ ସମାଜିକ ଜୀବନରେ ରୋଜଗାରକୁ ଦୀର୍ଘସ୍ଥାୟୀ କରିଛି।
ଏହାର ଚାହିଦା-ଭିତ୍ତିକ ରୂପରେଖ, ନିଶ୍ଚିତ ମଜୁରୀ ଓ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟରେ ଜମା, ବିଶେଷକରି ମହିଳା, ଦଳିତ, ଆଦିବାସୀ ଓ ପ୍ରାନ୍ତବର୍ତ୍ତୀ ସମୁଦାୟଙ୍କୁ ଲାଭାନ୍ବିତ କରିଛି। ସମୁଦାୟ କାର୍ଯ୍ୟଦିନର ପ୍ରାୟ ୬୦% ମହିଳାମାନଙ୍କର। ନୂତନ VB-GRAM-G ଆଇନ ଏହି ଢାଞ୍ଚାରୁ ସମ୍ପୂର୍ଣ୍ଣ ଭାବେ ଭିନ୍ନ। ଏହା କାମର ଆଇନଗତ ନିଶ୍ଚିତତାକୁ ହଟାଏ। ଏହା କେନ୍ଦ୍ର ସରକାରଙ୍କ ହାତରେ ନିଷ୍ପତ୍ତିକୁ କେନ୍ଦ୍ରୀଭୂତ କରେ, ଗ୍ରାମସଭା ଓ ପଞ୍ଚାୟତକୁ ଦୁର୍ବଳ କରେ ଏବଂ କେନ୍ଦ୍ରର ମଜୁରୀ ଅଂଶଦାନକୁ ପ୍ରାୟ୯୦ % ରୁ ୬୦% କମାଇ ରାଜ୍ୟ ଓ ଶ୍ରମିକଙ୍କ ଉପରେ ଆର୍ଥିକ ଭାର ଲଦିଦିଏ। କୃଷିଋତୁରେ ମଧ୍ୟ ସୀମିତ ବଜେଟ ଯୋଗୁଁ କାମଧନ୍ଦା ନ ମିଳିବାର ଆଶଂକା ଥାଏ। ମଜୁରୀ ସୁରକ୍ଷାର ଶିଥିଳତା ଯୋଗୁଁ ରୋଜଗାର କମିବା ଥୟ। ମଜୁରୀ କମିଲେ ଗ୍ରାମୀଣ ଦୁଃଖ ବଢ଼ିବା ନିଶ୍ଚିତ। କାର୍ଯ୍ୟକ୍ରମରୁ ମହାତ୍ମା ଗାନ୍ଧୀଙ୍କ ନାମ ହଟାଯିବା ଦ୍ବାରା ଶ୍ରମର ମର୍ଯ୍ୟାଦା ପ୍ରତି ଅପମାନ ହୋଇଛି।
ଗ୍ରାମ୍ୟ ସ୍ୱୟଂଶାସନ ପାଣିଚିଆ ହେବା ସହ MGNEGAର ମୂଲ୍ୟବୋଧକୁ ଶିଥିଳ କରିବାର ଏହା ଏକ ଷଡ୍ଯନ୍ତ୍ର।ଗ୍ରାମୀଣ ଜୀବିକା ଉପରେ ଏହି ଆକ୍ରମଣର ଗମ୍ଭୀରତାକୁ ଧ୍ୟାନରେ ରଖି, କଂଗ୍ରେସ “MGNREGA ବଚାଓ ସଂଗ୍ରାମ” ନାମକ ଦେଶବ୍ୟାପୀ ଜନ ଆନ୍ଦୋଳନ ଆରମ୍ଭ କରିବ , ଯାହାର ଉଦ୍ଦେଶ୍ୟ କାମର ଅଧିକାରକୁ ସୁରକ୍ଷା କରିବା ଓ MGNREGAକୁ ତାହାର ମୂଳ ଅଧିକାର-ଆଧାରିତ ରୂପରେ ଫେରିପାଇବା। ପ୍ରଦେଶ କଂଗ୍ରେସ ସଭାପତି ଙ୍କ ନିର୍ଦ୍ଦେଶନାରେ ସମସ୍ତ ଗ୍ରାମ ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ଜନସମ୍ପର୍କ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ସୂଚନା ଦେଇଛନ୍ତି । ।
ଆଜି ର କାର୍ଯ୍ୟକ୍ରମ ରେ ନଗର କଂଗ୍ରେସ ସଭାପତି ବସନ୍ତ କୁମାର ପଣ୍ଡା, ପୂର୍ବତନ ଯୂବ କଂଗ୍ରେସ ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର, ବଳିଷ୍ଠ କଂଗ୍ରେସ ନେତା ଈଶ୍ୱର ମାଝୀ,ଲବ ସାହୁ,ସୈରା ନାଇଡୁ ମାମାଲି କାର୍ଜି ପ୍ରମୁଖ ଉପସ୍ଥିତ ଥିଲେ ।

