କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି
ଗଜପତି,୬।୪(ମନୋଜ ପାଢ଼ୀ): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା ବ୍ଲକ ଅନ୍ତର୍ଗତ ରାଇପୁର ଗ୍ରାମର ବାସିନ୍ଦା। ସେ ଦଳ ପାଇଁ ତୃଣମୂଳସ୍ତରରୁ କାମ କରି ଆସିଛନ୍ତି। ସେ ନିଜେ ଜଣେ ଆଦିବାସୀ ହୋଇଥିବାବେଳେ ଜିଲାର ସମସ୍ତ ଆଦିବାସୀମାନଙ୍କ ତଥା ସାମୂହିକ ବିକାଶ ଲାଗି ପ୍ରାଣପଣେ ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସେ ଜଣେ ଆଇନଜୀବୀ ଭାବେ ସାଧାରଣ ଲୋକଙ୍କ ସେବା କରି ଆସୁଥିବାବେଳେ ଦଳ ତାଙ୍କୁ ଏହି ସେବା ଦେବା ଲାଗି ମନୋନୀତ କରିଥିବାରୁ ଦଳୀୟ ନେତା ଓ ଅଞ୍ଚଳର ଆଦିବାସୀମାନେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।
