କଳାକାର ମହାସଂଘ ତରଫରୁ କଳାକାର ସ୍ବର୍ଗତ ଜଳନ୍ଧର ଦିଗାଳଙ୍କ ଶ୍ରାଦ୍ଧ ବାର୍ଷିକ ଉତ୍ସବପାଳନ……………………………….
କନ୍ଧମାଳ: – (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଟିପାରିଗାଁ ଜେଡିନାଜୁ ଗ୍ରାମରେ ଚମ୍ପା ଦିଗାଳ ଓ ପରିବାର ତରଫରୁ ପ୍ରଖ୍ୟାତ କଳାକାର ସ୍ୱର୍ଗତ ଜଳନ୍ଧର ଦିଗାଳଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଉତ୍ସବ ଅତି ଧୂମଧାମ ରେ ପାଳନ କରିଥିବା ଦେଖିବାକୁ ମିଳିଛି l ଟିପାରୀଗାଁ ଗ୍ରାମର ସ୍ବର୍ଗତ ଜଳନ୍ଧର ଦିଗାଲ ଜଣେ ଉଚ୍ଚ କୋଟିର କଳାକାର,ସଫଳ ଚାଷୀ ଓ ଦରଦୀ ମଣିଷ ଭାବେ ଟିକାବାଲି ଅଞ୍ଚଳ ସମେତ ଜିଲ୍ଲାରେ ପରିଚିତ ଥିଲେ l ସ୍ୱର୍ଗତ ଜଳନ୍ଧର ହିରଣ୍ୟ କାଶ୍ୟପ ଅଭିନୟରେ ସମସ୍ତଙ୍କ ମନ କୁ ଜିତି ପାରୁଥିଲେ l ଆଜିସେ ଦୁନିଆରେ ନାହାନ୍ତି କିନ୍ତୁ ତାଙ୍କ ଅଭିନୟ ଏବଂ ଦୟା ହୃଦୟ ଉତ୍ତର ଦାୟାଦ ମାନଙ୍କୁ ପ୍ରେରଣା ଦେଉଛି l ତାଙ୍କ ସ୍ମୁତି ଚାରଣ ପାଇଁ ଟିପାରିଗାଁ (ଜେଡି ନାଯୁ)ରେ ଅନୁଷ୍ଠିତ ଶ୍ରାଦ୍ଧ ବାର୍ଷିକ ଉତ୍ସବ( ପିଦେରି ଆର୍ପା)କାର୍ଯ୍ୟକ୍ରମ ଅତି ଧୂମଧାମ ରେ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ କିଛି ସମାଜସେବୀ, କଳାକାର,ଓ ବିପ୍ଲବୀ ଯେମିତିକି ” ରାଜ୍ୟ ଅନୁସୂଚିତ ଜାତି ମୋର୍ଚା ଉପସଭାପତି-ରାମବିଶି ଦିଗାଳ ପୂର୍ବତନ ବିଧୟିକା- ଅଜୟନ୍ତୀ ପ୍ରଧାନ,ଓଡ଼ିଆ ଭାଷା ସାହିତ୍ୟ ଓ ସଂକୃତି ବିଭାଗ ଓଡିଶା ଆସିଷ୍ଟାଣ୍ଟ ଡାଇରେକ୍ଟର- ଅକ୍ଷୟ କୁମାର ସେଠି,ଟିକାବାଲି ବ୍ଲକ ଅଧକ୍ଷ- ଦିଲୀପ କହଁର, କୁଇ ସମାଜ ସଭାପତି -ତପନ କହଁର,ସରପଞ୍ଚ-କୁନ୍ଦରୁ ମଳିକ,ସମାଜସେବୀ- ଶ୍ୟାମଳ କୁମାର ଦିଗାଳ, ଆଇନଜୀବୀ- ପ୍ରଦୀପ କହଁର,ସତ୍ୟ ନାରାୟଣ ବେହେରା ସମାଜସେବୀ -ନୀଳ ମାଧବ ପାତ୍ର, ଯୁଗଳ ପଣ୍ଡା,ରାଜକିଶୋର ପ୍ରଧାନ, ଜ଼ିଲ୍ଲା କଳା ସଂକୃତି ଉପସଭାପତି -ବିଜେନ୍ଦ୍ର ପ୍ରଧାନ,ନାରୀ ସୁରକ୍ଷା ମହିଳା ମହାସଂଘ ସଭାନେତ୍ରୀ- ଅପସରି ଦିଗାଳ,ସମେତ ଗନ୍ଧର୍ବ କହଁର, ଅନନ୍ତ ନାୟକ, ସଂକ୍ରିତନ ଗୁରୁ ସିମାଞ୍ଚଳ ମାଝୀ, ଅଧିଶ୍ୱର ମଳିକ, ବାନାମ୍ବର ମୁଖୀ ନାରୀନେତ୍ରୀ ଝୁନୁ ଦିଗାଳ, ସୁଜତା ମଳିକ, ସଂଜୀବ ଦିଗାଳ,କୁନା ଦିଗାଳ, ସାମ୍ବାଦିକ ସଂଘ ସଭାପତି ହେମନ୍ତ ମୁଖୀ ବଳି କହଁର,ରମାପଣ୍ଡା, ମନୋଜ ପ୍ରଧାନ, ପ୍ରେମନ୍ତ କହଁର,ଏହିପରି ବହୁ ବିଶିଷ୍ଠ ଅତିଥି ବୃନ୍ଦ ଯୋଗଦାନ କରି ଜମାଜ ହିତକର ବାର୍ତା ଅର୍ଥାତ -ପିତାମାତାଙ୍କୁ ସେବା ଏବଂ ଭକ୍ତି, ସମାଜସେବାର ମହତ୍ୱ, କଳା ଓ ସଂକୃତି ଭାଇଚାରାର ସମ୍ପର୍କ, ଓ ପରିଶ୍ରମୀ ଚାଷୀର ମୂଲ୍ୟବୋଧ ଇତ୍ୟାଦି ବିଷୟ ଵସ୍ତୁ ଉପରେ ସଚେତନତା ସେବା ମୂଳକ ଅବିଭାଷଣ ପ୍ରଦାନ କରିଥିଲେ l

