କଲମ୍ବିଆରେ ଏକ ଭୟାବହ ବିମାନ ଦୁର୍ଘଟଣା ଘଟିଛି। Colombia ବାୟୁସେନାର Lockheed C-130 Hercules ବିମାନଟି ସୋମବାର ଦକ୍ଷିଣ ଆମାଜନ ଅଞ୍ଚଳରେ ଉଡ଼ାଣ ପରେ କିଛି ସମୟ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।ଏହି ଦୁର୍ଘଟଣାରେ କମ୍ରେ କମ୍ ୬୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୫୧ରୁ ଅଧିକ ଆହତ ହୋଇଛନ୍ତି ଓ ୪ ଜଣ ନିଖୋଜ ଅଛନ୍ତି। ମୃତକଙ୍କ ମଧ୍ୟରେ ସେନା, ବାୟୁସେନା କର୍ମଚାରୀ ଓ ପୁଲିସ ଅଧିକାରୀ ମଧ୍ୟ ରହିଛନ୍ତି। ବିମାନରେ ସମୁଦାୟ ୧୨୧ ଜଣ ଯାତ୍ରୀ ଥିବା କଥା ସାମରିକ ଅଧିକାରୀମାନେ ନିଶ୍ଚିତ କରିଛନ୍ତି।ଦୁର୍ଘଟଣା Puerto Leguízamo ନିକଟରେ, ପେରୁ ସୀମା ପାଖରେ ଘଟିଥିଲା। ଉଡ଼ାଣ ପରେ କିଛି ସମୟ ମଧ୍ୟରେ ବିମାନଟି ରନୱେରୁ ପ୍ରାୟ ୧.୫ କିମି ଦୂରରେ ଖସିପଡ଼ିଥିବା ସୂଚନା ମିଳିଛି।Gustavo Petro ଘଟଣା ପ୍ରତି ଗଭୀର ଶୋକ ପ୍ରକାଶ କରିଥିବାବେଳେ ସାମରିକ ସୁରକ୍ଷା ଓ ଉପକରଣ ଆଧୁନିକୀକରଣରେ ବିଳମ୍ବ ଉପରେ ଚିନ୍ତା ବ୍ୟକ୍ତ କରିଛନ୍ତି। ଦାୟିତ୍ୱରେ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ହେବାର ଚେତାବନୀ ମଧ୍ୟ ଦିଆଯାଇଛି।ଘଟଣା ପରେ ସ୍ଥାନୀୟ ଲୋକମାନେ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ। ଆହତମାନଙ୍କୁ ପ୍ରଥମେ ନିକଟସ୍ଥ ଚିକିତ୍ସା କେନ୍ଦ୍ରକୁ ନେଇ ପରେ ବଡ଼ ସହର ଡାକ୍ତରଖାନାକୁ ପଠାଯାଇଥିଲା। ବିମାନରେ ଥିବା ଗୋଳାବାରୁଦ ବିସ୍ଫୋରଣ ହେବାରୁ ପରିସ୍ଥିତି ଆହୁରି ଗୁରୁତର ହୋଇଥିଲା।
ପ୍ରାରମ୍ଭିକ ତଦନ୍ତରେ ଆତଙ୍କବାଦୀ ଆକ୍ରମଣର କୌଣସି ସୂତ୍ର ମିଳିନାହିଁ। ତେବେ ଇଞ୍ଜିନ୍ ବିଫଳତା ହୋଇଥିବା ସମ୍ଭାବନା ନେଇ ତଦନ୍ତ
