କର୍ତ୍ତବ୍ୟରେ ଅବହେଳରୁ ଓ ଆଦେଶ ଅମାନ୍ୟ ବ
ଗଜପତି,୪.୪(ମନୋଜ ପାଢ଼ୀ):- କର୍ତ୍ତବ୍ୟରେ ଅବହେଳରୁ ବିଏଲଓ (BLO) ନିଲମ୍ବିତ: BLO ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକ ରାମାନୁଜ ଦାସଙ୍କୁ ନିଲମ୍ବନ କରିଛନ୍ତି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସୁନୀଲ ଅଗ୍ରୱାଲ।ଭୋଟର ତାଲିକା ର ସ୍ୱତନ୍ତ୍ର ସଂଶୋଧନ SIR କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସମ୍ପୃକ୍ତ ସହକାରୀ ଶିକ୍ଷକ ଙ୍କୁ ନିଲମ୍ବନ କରାଯାଇଛି। ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଆଦେଶ ଅନୁଯାୟୀ, ପାରଳାଖେମୁଣ୍ଡି ବିଧାନସଭା ମଣ୍ଡଳୀ-୧୩୭ କାଶିନଗର ବ୍ଲକ ସିଦ୍ଧାମଡଙ୍ଗ ପୋଲିଂ ଷ୍ଟେସନ୍ ସଂଖ୍ୟା ୧୧୦ ଅଧିନ ବୁଥ୍ ସ୍ତରରେ BLO ଦାୟିତ୍ୱରେ ନିୟୋଜିତ ହୋଇଥିଲେ ଶିକ୍ଷକ ରାମାନୁଜ ଦାସ। ସ୍ୱତନ୍ତ୍ର ସଂଶୋଧନ (ଏସଆଇଆର) କାର୍ଯ୍ୟରେ ଭୋଟର ତାଲିକାର ସଠିକତା ନିଶ୍ଚିତ କରିବା ଅତି ଗୁରୁତ୍ୱପୂର୍ଣ୍ଣ।
ତେବେ ଅଭିଯୋଗ ଅନୁଯାୟୀ, ସେ କୌଣସି ବୈଧ କାରଣ ବା ପୂର୍ବ ଅନୁମତି ବିନା ଦାୟିତ୍ୱରେ ଅନୁପସ୍ଥିତ ରହିବା ସହିତ ସ୍ୱତନ୍ତ୍ର ସଂଶୋଧନ (SIR) ସମ୍ପର୍କିତ କାର୍ଯ୍ୟ ନିଷ୍ଠାର ସହ ନିର୍ବାହ କରିବାରେ ବିଫଳ ହୋଇଥିଲେ ଯାହା କର୍ତ୍ତବ୍ୟ ପାଳନ କରିବାରେ ଗୁରୁତର ଅବହେଳା ଓ କର୍ତ୍ତବ୍ୟରେ ବିଚ୍ୟୁତି ଭାବେ ଗଣାଯାଇଛି। ଗଜପତି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ ,ଆଇଏଏସ, ଜନପ୍ରତିନିଧିତ୍ୱ ଆଇନ, ୧୯୫୦ ଧାରା ୩୨(୧) ଆଧାରରେ ଏହି ନିଲମ୍ବନ ଆଦେଶ ଜାରି କରିଛନ୍ତି।ନିଲମ୍ବନ ସମୟରେ ଶ୍ରୀ ଦାସ କୌଣସି ପୂର୍ବ ଅନୁମତି ବିନା ତାଙ୍କ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ ଏବଂ ନିୟମାନୁସାରେ ଭତ୍ତା ପାଇବେ ବୋଲି ଆଦେଶରେ ଉଲ୍ଲେଖ ରହିଛି।
