କର୍କଟ ପୀଡ଼ିତଙ୍କ ସମ୍ବଳର ଅଭାବବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି କ୍ରିଷ୍ଣା
ଗଜପତି,୧୦.୨(ମନୋଜ ପାଢ଼ୀ)-: ଦୀର୍ଘ ଦୁଇ ବର୍ଷ ହେଲା କର୍କଟରେ ପୀଡ଼ିତ କାଶୀନଗର ବ୍ଲକ କେ.ସୀତାପୁର ଗ୍ରାମର ଭି. କ୍ରିଷ୍ଣା । ଯାହା କିଛି ସଞ୍ଚିତ ଅର୍ଥ ଥିଲା, ସବୁ ସରିଗଲା | ଜମିବାଡ଼ି ବିକ୍ରି କରିବା ପରେ, ଶେଷରେ ନିଜେ ରହୁଥିବା ଘର ମଧ୍ୟ ବିକ୍ରି ହେଇଗଲା ହେଲେ, ସ୍ବାସ୍ଥ୍ୟରେ ସୁଧାର ଆସିଲାନି ଅଧିକ ଚିକିତ୍ସା ପାଇଁ ଆଉ ସମ୍ବଳ ନାହିଁ ଏପଟେ ଘର ଖାଲି କରିବାକୁ ବର୍ଷେ ସମୟ ଦେଇଛନ୍ତି କ୍ରିଷ୍ଣାଙ୍କ ଘର କିଣିଥିବା ବ୍ୟକ୍ତି ଜଣକ ସମୟ ପାଖେଇ ଆସୁଥିବା ବେଳେ ପରିବାର ପ୍ରତିପୋଷଣ ଓ ପିଲାଙ୍କ ଭବିଷ୍ୟତ ନେଇ ସେ ଚିନ୍ତିତ ନା ରାତିରେ ଶୋଇ ପାରୁଛନ୍ତି ନା ଦିନରେ କିଛି ଯୋଗାଡ଼ ଯତ୍ନ କରି ପାରୁଛନ୍ତି ଏବେ କେବଳ ସରକାରୀ ସହାୟତାକୁ ଭରସା କରି ଚାହିଁ ବସିଛନ୍ତି ସେ ।
ଵରାସ୍ତା କଡ଼ରେ ଏକ ଛୋଟିଆ ଫଳ ଦୋକାନ କରି କ୍ରିଷ୍ଣା ଗୁଜରାଣ ମେଣ୍ଟାଉଥିଲେ ସ୍ତ୍ରୀ ଓ ଦୁଇ ପିଲାଙ୍କୁ ନେଇ ତାଙ୍କର ସଂସାର ଦୁଇ ବର୍ଷ ତଳେ ସାମାନ୍ୟ ଅସୁସ୍ଥତା ଅନୁଭବ କରିବାରୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ କ୍ରିଷ୍ଣା | ହେଲେ, ଭଲ ନ ହେବାରୁ ତାଙ୍କୁ ବାହାରକୁ ଯିବା ପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷ କହିବା ପରେ ଅଧିକ ଚିକିତ୍ସା ପାଇଁ ଶ୍ରୀକାକୁଲମର ଏକ ଘରୋଇ ହସ୍ପିଟାଲରେ ସେ ଭର୍ତ୍ତି ହୋଇଥିଲେ । ସେଠି ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ଜାଣି ପାରିଥିଲେ। ବିଜୁ ସ୍ବାସ୍ଥ୍ୟକାର୍ଡ ମାଧ୍ୟମରେ ଦୁଇ ମାସ ପର୍ଯ୍ୟନ୍ତ ଚିକିତ୍ସା ଓ ଔଷଧ ପାଇଥିଲେ। କିଛି ଦିନ ପରେ ପୁଣି ଥରେ ଚିକିତ୍ସା ପାଇଁ ଯିବା ପରେ ଏଥର ଆୟୁଷ୍ମାନ କାର୍ଡ ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷ କହିଥିଲେ। କିନ୍ତୁ, ବାରମ୍ବାର ବ୍ଳକ ଓ ଜିଲ୍ଲା କାର୍ଯ୍ୟାଳୟକୁ ଦୌଡ଼ିଥିଲେ ହେଁ ସେ ଏଯାବତ ଆୟୁଷ୍ଠାନ କାର୍ଡ ପାଇପାରି ନଥିବାପ୍ରକାଶ କରିଛନ୍ତି| ସମସ୍ୟା ବଢୁଥିବା କାରଣରୁ ନିଜସ୍ବ ଖର୍ଚ୍ଚରେ ଋଣ କରି ଚିକିତ୍ସା କରାଇଲେ ।
ଶେଷରେ ଜମି ଓ ନିଜେ ରହିବା ଘର ମଧ୍ୟ ବିକ୍ରି ହୋଇଗଲା | ହେଲେ, ଆଉ ଚିକିତ୍ସା କରାଇବା ପାଇଁ ପାଖରେ ସମ୍ବଳ ନାହିଁ। ଏଣୁ, ସରକାରୀ ସହାୟତା ପାଇଁ ସେ ନିବେଦନ କରିଛନ୍ତି। ସରପଞ୍ଚ କେ. ତେଜେଶ୍ଵର ରାଓଙ୍କ ସମେତ ଗ୍ରାମବାସୀ ମଧ୍ୟ କ୍ରିଷ୍ଣାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ସକାଶେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
