କରୁର: କରୁରରେ ଘଟିଥିବା ଦଳଚକଟାରେ ମୃତ୍ୟୁବରଣ କରିଥିବା ୩୯ଜଣଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜାତୀୟ ରିଲିଫ୍ ପାଣ୍ଠିରୁ ପ୍ରତ୍ୟେକଙ୍କୁ ୨ଲକ୍ଷ ଟଙ୍କା ସହାୟତା ଦିଆଯିବ।
ରବିବାର ଏକ୍ସ (X) ପୋଷ୍ଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଏହି ଘୋଷଣା କରିଛନ୍ତି।
ଏହା ସହିତ, ଏହି ଦୁଃଖଦ ଘଟଣାରେ ଆହତ ହୋଇଥିବା ପ୍ରତ୍ୟେକଙ୍କୁ ୫୦ହଜାର ଟଙ୍କା ସହାୟତା ଦିଆଯିବ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି।
କରୁର ଦଳଚକଟା: ୩୯ଜଣଙ୍କ ପରିବାରକୁ ପ୍ରଧାନମନ୍ତ୍ରୀଙ୍କ ୨ଲକ୍ଷ ସହାୟତା, ଆହତଙ୍କୁ ୫୦ହଜାର

