କନ୍ଧମାଳ ୟୁଥ କ୍ଳବ ତରଫରୁ ଜାନୁୟାରୀ ୨୬ପାଳନ

କନ୍ଧମାଳ ୟୁଥ କ୍ଳବ ତରଫରୁ ଜାନୁୟାରୀ ୨୬ପାଳନ

କନ୍ଧମାଳ ୟୁଥ କ୍ଳବ ତରଫରୁ ଜାନୁୟାରୀ ୨୬ପାଳନ…

କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ୟୁଥ କ୍ଳବ ପରିବାର ତରଫରୁ ପ୍ରତି ବର୍ଷ ପରି ଏହି ବର୍ଷ ମଧ୍ୟ ସାଧାରଣତନ୍ତ୍ର ଦିବସ ଧୂମଧାମ ରେ ପାଳନ କରାଯାଇଛି l ସାଧାରଣ ତନ୍ତ୍ର ଦିବସ ଅବସରରେ ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ପିଙ୍କି ସ୍ୱାଇଁ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଲନ କରିଥିଲେ l ୟୁଥ କ୍ଳବର ସଭାପତି ଶ୍ରୀ ଅନାମ ଚନ୍ଦ୍ର ପ୍ରଧାନ, ଏବଂ ଆଲନ ଭାଇଙ୍କ ନେତୃତ୍ୱ ରେ ସଂଘର ସମସ୍ତ ସଦସ୍ୟ ବୃନ୍ଦ ଯୋଗ ଦେଇଥିଲେ l ଜାତୀୟ ପତାକା ଉତ୍ତୋଳନ ପରେ ଭାଇ ଚାରାର ସମ୍ପର୍କ କୁ ମଜୁବୁତ କରିବା ପାଇଁ କନ୍ଧମାଳ ୟୁଥ କ୍ଳବ ପରିବାର ତରଫରୁ ଦୁଇ ଦିନର ବନ୍ଧୁତା ପୁର୍ଣ୍ଣ ଭଲି ବଲ ଟୁର୍ନାମେଣ୍ଟ ମେଚ ଆୟୋଜନ କରାଯାଇଛି l ଏହି ଟୁର୍ନାମେଣ୍ଟ କୁ ସୁନ୍ଦର ଏବଂ ଭାଇ ଚାରା କୁ ଦୃଢ଼ କରିବା ପାଇଁ କନ୍ଧମାଳ ଜିଲ୍ଲାର ଲୋକ ପ୍ରିୟ ବିଜେଡ଼ି ନେତା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପଦ୍ମନାଭ ବେହରା ଯୋଗ ଦେଇ ଶୁଭ ଉଦ୍ଘାଟନ କରିଥିଲେ l ୟୁଥ କ୍ଳବ ର ସଦସ୍ୟ ଙ୍କ ଅନୁରୋଧ କ୍ରମେ ଅତିଥି ଭାବରେ ଭୁବନେଶ୍ୱର ମହାନଗର ନିଗମ ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କହଁର ଯୋଗ ଦେଇ ଖେଳାଳି ଙ୍କୁ ଉତ୍ସହ କରିଥିଲେ l

ଆଜିର ଏହି ଟୁର୍ନାମେଣ୍ଟ ରେ ସେମି ସିକ୍ସ ଟିମ ସହିତ ଲୋଗନ ସିକ୍ସ ଟିମ ଖେଳ ହୋଇଥିଲା l ଏହି ଉଭୟ ଦୁଇଟିମ ଖେଳଳିଙ୍କ ଭିତରେ ସୁନ୍ଦର ଭାବରେ ଭଲି ବଲ ଖେଳ ହୋଇଥିଲା l ପ୍ରଥମ ଖେଳରେ ଲୋଗନ ସିକ୍ସ ହରାଇ ସେମି ସକ୍ସ ବିଜୟ ହାସଲ କରିଥିଲା l ସେକେଣ୍ଡ ଇନିକ୍ସ ର ଖେଳ ରେ ଦାରିଙ୍ଗବାଡି ସହିତ ଉଦୟଗିରି ଭିତରେ ରମାଞ୍ଚକ ଖେଳ ହୋଇଥିଲା ଯାହାକି ଦର୍ଶକ ସୁନ୍ଦର ଭାବରେ ଖେଳ କୁ ଉପଭୋଗ କରିଥିଲେ l ଉଭୟଙ୍କ ଖେଳ ଭିତରେ ସୁନ୍ଦର ସଟ ଥିଲା ଏବଂ ଉଦୟଗିରି କୁ ହରାଇ ଦାରିଙ୍ଗବାଡି ବିଜୟ ହୋଇଥିଲା l ଏହି ଖେଳକୁ ରେଫର ମହାଶୟ ସୁନ୍ଦର ଭାବରେ ପରିଚାଳନା କରିଥିଲେ l