କନ୍ଧମାଳ ହଳଦୀର ଉତ୍ପାଦନ ଓ ବିକ୍ରୀ ପାଇଁ ତ୍ରିପାକ୍ଷିକ ଚୁକ୍ତିନାମା , ଖର୍ଚ୍ଚ ହେବ ୨କୋଟି ୫୨ଲକ୍ଷ
କନ୍ଧମାଳ -( ରିପୋର୍ଟ କୁନା ଦିଗାଲ)ରାଜ୍ୟର କନ୍ଧମାଳ ରୁ ସର୍ବାଧିକ ଉତ୍ପାଦିତ ହେଉଥିବା ଅର୍ଗlନିକ୍ ହଳଦୀ ର ଗୁଣାତ୍ମକ ମାନ ବୃଦ୍ଧି ସହ ଚାଷୀ ଙ୍କ ଉତ୍ପାଦନ କ୍ଷମତା ବୃଦ୍ଧି ଓ ଅଧିକ ରୁ ଅଧିକ ଉତ୍ପାଦନ ସହ ଏହାର ମାର୍କେଟିଂ ପାଇଁ ରାଇକିଆ ସ୍ଥିତ ଗୁମାମହା ଟରମେରିକ କ୍ଲଷ୍ଟର ସହ ଏସ ପି ଭି, କେ ଭି ଆଇ ସି ଓ ଓର ମାସ ସହ ତ୍ରିପାକ୍ଷିକ ଏମ ଓ ୟୁ ସ୍ବାକ୍ଷରିତ ହୋଇଛି l କେଭି ଆଇ ସି ନିର୍ଦ୍ଦେଶାଳୟ ଠାରେ କନ୍ଧମାଳ ଜିଲ୍ଲା ଡେପୁଟି ସି ଇ ଓ ଅର୍ମlସ୍, ରାଇକିଆ ଏଫ୍ ପି ଓ ଏସ ପି ଭି, ଓ କେଭିଆଇ ସି ଅଧିକାରୀ ପ୍ରମୁଖ ଙ୍କ ଉପସ୍ଥିତି ରେ ଏହି ବୁଝl ବଣl ପତ୍ର ସ୍ବାକ୍ଷର ହୋଇଥିଲl l ହଳଦୀ ଉତ୍ପାଦନ, ପ୍ରକ୍ରିୟା କରଣ, ପ୍ୟକେଜିଂ ଓ ମାର୍କେଟିଂ ସହ ହଳଦୀ ଚାଷ ର ଉନ୍ନତି, ଆବଶ୍ୟକ ଭିତ୍ତିଭୂମୀ, ଓ ତାଲିମ, ଯନ୍ତ୍ରପାତି ପାଇଁ ମୋଟ ୨କୋଟି ୫୨ଲକ୍ଷ ଖର୍ଚ୍ଚ ହେବ lକେନ୍ଦ୍ର ସରକାର ୨କୋଟି ୩୨ଲକ୍ଷ ଟଂକା ପ୍ରଦାନ କରିଥିବା ବେଳେ ରାଜ୍ୟ ସରକାର ଅଂଶ ଧନ ବାବଦରେ ୨୦ଲକ୍ଷ ଟଂକା ପ୍ରଦାନ କରିଛନ୍ତି ବୋଲି କନ୍ଧମାଳ ଜିଲ୍ଲା ଅର୍ମlସ ର ଡେପୁଟି ସି ଇ ଓ ଗୁଣ୍ଡିଚା ବେହେରା କହିଛନ୍ତି l
ଏହାଦ୍ବାରା କନ୍ଧମାଳ ହଳଦୀ ଚାଷୀ ହଳଦୀ ର ଉପଯୁକ୍ତ ମୂଲ୍ୟ ପାଇବା ସହ ସେମାନଙ୍କ ଆର୍ଥିକ ଉନ୍ନତୀ ହେବ ବୋଲି ଓର୍ମlସ ର ଡେ ପୁ ଟି ସି ଇ ଓ ବେହେରା ଆହୁରି କହିଛନ୍ତି l ଫଳରେ କନ୍ଧମାଳ ହଜାର ହଜାର ସଂଖ୍ୟାରେ ହଳଦୀ ଚାଷୀ ଖୁସି ବ୍ୟକ୍ତ କରିବା ସହ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କୁ ଧନ୍ୟ ବାଦ୍ ଓ କୃତଜ୍ଞତା ଜଣାଇଛନ୍ତି lଜିଲ୍ଲାପାଳ ବେଦ ଭୂଷଣ ଓ ଆର୍ମାସ ଡେପୁଟି ସୀ ଇ ଓ ଗୁଣ୍ଡିଚା ବେହେରା ଙ୍କ ବ୍ୟକ୍ତି ଗତ ନିଷ୍ଠାପର ଉଦ୍ୟମ,ଆନ୍ତରିକତା, ଦୃଢ଼ ମନୋବଳ, କାର୍ଯ୍ୟ ଦକ୍ଷତା ଯୋଗୁଁ ଏହା ସମ୍ଭବ ହୋଇଥିବା କୁହାଯାଉଛି l
