କନ୍ଧମାଳ ଛାତ୍ର ନେତା ରୁଦ୍ର ପ୍ରସାଦ ଏବିଭିପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ..
କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୭୧ ତମ ରାଷ୍ଟ୍ରୀୟ ଅଧିବେଶନ ଦେବଭୂମି ଉତ୍ତରାଖଣ୍ଡ ଦେରାଡୁନ ଠାରେ ଗତ ୨୮.୨୯ ଓ ୩୦ ତାରିଖରେ ଅନୁଷ୍ଠିତ ହୋଇଛି l ଏହି ଅଧିବେଶନରେ ଉଦଘାଟନ ରେ ଇସୋରର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଏସ୍ ସୋମୋନାଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ସମଗ୍ର ଭାରତ ରୁ ୧୫୦୦ ରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ଏହି ଅଧିବେଶନରେ ପ୍ରତିନିଧି କରିବା ସହ ଓଡ଼ିଶା ରୁ ୩୦ ଜଣ କାର୍ଯ୍ୟକର୍ତ୍ତା ପ୍ରତିନିଧି ଉପସ୍ଥିତ ଥିଲେ l ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ର ନବନିର୍ବାଚିତ ରାଷ୍ଟ୍ରୀୟ ଅଧ୍ୟକ୍ଷ ପ୍ରଫେସର ରଘୁରାଜ କିଶୋର ତିୱାରୀ ଜୀ ଆଗାମୀ ଶିକ୍ଷା ବର୍ଷ ୨୦୨୫/୨୬ ନିମନ୍ତେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଘୋଷଣା କରିଥିଲେ l କନ୍ଧମାଳ ଜିଲ୍ଲା ଯୁବ ଛାତ୍ର ନେତା ଶ୍ରୀମାନ ରୁଦ୍ର ପ୍ରସାଦ ସେଠୀ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ସେ ବର୍ତ୍ତମାନ ଗଞ୍ଜାମ ବିଭାଗ ସଂଯୋଜକ ଓ ଓଡ଼ିଶା ପୂର୍ବ ପ୍ରାନ୍ତ ର ସିଡିଡି ସଂଯୋଜକ ଭାବେ ଦାୟିତ୍ଵ ନିର୍ବାହ କରୁଛନ୍ତି l ଛାତ୍ର ଜୀବନରୁ ଉପଯୁକ୍ତ ଶିକ୍ଷା ଓ ଛାତ୍ରୀ ସୁରକ୍ଷା ନିମନ୍ତେ ରୁଦ୍ର ଅନେକ ଆନ୍ଦୋଳନ ଏବଂ ଛାତ୍ର ବିକାଶ କାର୍ଯ୍ୟକ୍ରମ ନେତୃତ୍ୱ ନେଇଛନ୍ତି l ରୁଦ୍ର ପ୍ରସାଦ ସେଠୀ ଏହି ଦାଇତ୍ୱ ପାଇବା ପରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କନ୍ଧମାଳ ଜିଲ୍ଲା ସମସ୍ତ କାର୍ଯ୍ୟକର୍ତ୍ତା ଓ ପୂରାତନ କାର୍ଯ୍ୟକର୍ତ୍ତା ଶୁଭେଚ୍ଛା ଜଣାଇବା ସହ ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି ପରେ କନ୍ଧମାଳ ଜିଲ୍ଲା ସହ ପ୍ରମୁଖ ସୋମୀୟ ରଂଜନ ଦାକୁଆ ଓ ସହ ସଂଯୋଜକ ଶୁଭମ୍ ଜ୍ୟୋତି ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି।


