କଟିମାହା ଗ୍ରାମପଞ୍ଚାୟତ ର ବିଭିନ୍ନ ଅଞ୍ଚଳ ରେ 69 ଏକର ଗଞ୍ଜେଇ ଗଛ କାଟି ଧୂଳି ସାତ କଲା ଟିକାବାଲି ପୋଲିସ

କଟିମାହା ଗ୍ରାମପଞ୍ଚାୟତ ର ବିଭିନ୍ନ ଅଞ୍ଚଳ ରେ 69 ଏକର ଗଞ୍ଜେଇ ଗଛ କାଟି ଧୂଳି ସାତ କଲା ଟିକାବାଲି ପୋଲିସ

କଟିମାହା ଗ୍ରାମପଞ୍ଚାୟତ ର ବିଭିନ୍ନ ଅଞ୍ଚଳ ରେ 69 ଏକର ଗଞ୍ଜେଇ ଗଛ କାଟି ଧୂଳି ସାତ କଲା ଟିକାବାଲି ପୋଲିସ ………………………….

ଟିକାବାଲି ତା- ୧୩/୧/(ରିପୋର୍ଟ କୁନା ଦିଗାଲ) କନ୍ଧମାଳ ଜିଲ୍ଲାର ଟିକାବାଲି ଥାନା ଇନିଷ୍ପେଟର ଶ୍ରୀ ମତି ପ୍ରଜ୍ଞାରିତାମ୍ଭର କର ଙ୍କ ନେତୃତ୍ୱ ରେ ଏସ୍ ଆଇ, ଅବନୀ କୁମାର ପ୍ରଧାନ, ଅବକାରୀ ବିଭାଗରର କର୍ମଚାରୀ, ତହସିଲଦାର ହରିଶ ଚନ୍ଦ୍ର ପ୍ରଧାନ, ହୁମଗାଡ କର୍ମଚାରୀ, ବାଟାଲିୟମ ଫୋସ୍ ମିଳିତ ଉଦ୍ୟମରେ ଆଜି ଟିକାବାଲି ବ୍ଲକ ଅଧିନସ୍ଥ କଟିମାହା ପଂଚାୟତର କୁଟୁରିଖୋଲ , ଅଡ଼ା ଖୋଲ୍ , ଲଦାସାହି , ଜିରିମୁଣ୍ଡା, ଗାରଖୋଲ୍ ବିଲାବାଡା , ଏବଂ କଇଁଝର ଗ୍ରାମ ପଞ୍ଚାୟତର କିଲୁସୁଗା, ଆଦି ଅଞ୍ଚଳରେ ୮୬ ଏକର ଜଙ୍ଗଲରେ ଗଂଜେଇ ଗଛ ବେଆଇନ ଭାବ ରେ ଲାଗିଥିବା ଗଛ କୁ କାଟି ପଡ଼ା ଯାଇ ନଷ୍ଟକରା ଯାଇଥିବା ଦେଖିବାକୁ ମିଳିଛି l ସୂଚନା ଅନୁସାରେ ଜନସାଧାରଣ ଙ୍କୁ ବାରମ୍ବାର ଗଞ୍ଜେଇ ଚାଷ ନ କରିବା ନିମନ୍ତେ ସଚେତନତା କରିବା ପରେ ବି ଲୋକେ ଏହା କୁ ଖାତିରୀ ନ କରି ଆଇନ କୁ ହାତକୁ ନେଉଛନ୍ତି l

ଯାହା ଦ୍ୱାରା ଅନେକ ସମୟ ରେ ଜେଲ ଦଣ୍ଡ ଭୋଗୁଛନ୍ତି l ଏବଂ ପରିବାର ସମାଜ ଆଗରେ ନିଜର ପରିଚୟ କୁ ନଷ୍ଟ କରିବାକୁ ବି ପଛାଉ ନାହାନ୍ତି l ତେଣୁ ଆଜି ଟିକାବାଲି ପୋଲିସ ଗଞ୍ଜେଇ ଚାଷ କୁ ସମୂଳେ ଧ୍ୱଂସ କରିବା ନିମନ୍ତେ ଏକ ଅଭିଯାନ ଆରମ୍ଭ କରି ଥିଲା ଏବଂ ସଫଳ ବି ପାଇଛି l ଆଜିର ଏହି ଘଟଣା କୁ ନେଇ ଟିକାବାଲି ପୋଲିସ କେସ ନଂ ୭/୨୫ ରେ ୟ/ଏସ୍ ୨୦(ଏ)(ଆଇ ) NDPS Act ମାମଲା ରୁଜୁ କରି ଥିବା ସୂଚନା ଦେଇଛନ୍ତି ଟିକାବାଲି ଥାନା ଅଧିକାରିଣୀ ପ୍ରଜ୍ଞା ରିତାମ୍ଭର କର l