କଟାପାଲି ,(ବରପାଲି)+3 କଲେଜ ରେ ରକ୍ତ ଦାନ ଶିବିର ୩୬ୟୁନିଟ ରକ୍ତ ସଂଗୃହୀତ
ବରଗଡ-(ଭବାନୀ ଶଙ୍କର ପାଢ଼ୀ) ତା-୦୨-୦୪-୨୦୨୬ରିଖ (ଗୁରୁ ବାର)ବରଗଡ଼ ଜିଲ୍ଲା କଟାପାଲି, (ବରପାଲି )ଯୁକ୍ତ ତିନି କଲେଜ ରେ ଏନ.ଏସ.ଏସ ବ୍ୟୁରୋ, କଟାପାଲି କଲେଜ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଏକ ସ୍ବେଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବରେ ଡାକ୍ତର ଅମିନ ଖେରାନି, ବରେଣ୍ୟ ଅତିଥି ଭାବରେ ପ୍ରିନ୍ସିପାଲ ବୁଦ୍ଧଦେବ ଭୋଇ,ଏନ.ଏସ.ଏସ ମୁଖ୍ୟ ବିଭୁ ଦତ୍ତ ପଧାନ, କଲେଜ ର ସମ୍ପାଦକ ଅଶୋକ କୁମାର ତ୍ରିପାଠୀ, ରେଡ କ୍ରସ ସଂଯୋଜକ ଲୋକନାଥ ସାହୁ ଯୋଗ ଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶିବିର ର ଶୁଭାରମ୍ଭ କରିଥିଲେ। ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୩୬ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ସମସ୍ତ ଛାତ୍ର,ଛାତ୍ରୀ,ଅଧ୍ୟାପକ, ଅଧ୍ୟାପିକା ଉତ୍ସାହ ର ସହିତ ରକ୍ତ ଦାନ କରିଥିଲେ। ପରିଶେଷ ରେ ରକ୍ତ ଦାନ ଶିବିର ଆୟୋଜନ ପାଇଁ ନିଷ୍ଠା ପରିବାର ତରଫ ରୁ କଲେଜ କର୍ତୃପକ୍ଷ ଙ୍କୁ ଏକ ସ୍ମୃତି ଫଳକ ଦେଈ ସମ୍ବର୍ଦ୍ଧିତ କରାଯାଇଥିଲା। ଶିବିର କୁ କଲେଜ କର୍ତୃପକ୍ଷ ଓ ନିଷ୍ଠା ପରିବାର ର ସମସ୍ତ ସଦସ୍ୟ ସଦସ୍ୟା ସୁପରିଚାଳନା କରିଥିଲେ। ସମସ୍ତ ରକ୍ତ ଦାତା ସହଯୋଗୀ ଶୁଭେଚ୍ଛୁ ଓ କଲେଜ କର୍ତୃପକ୍ଷ ଙ୍କୁ ବହୁତ ବହୁତ ଧନ୍ୟବାଦ ଓ କୃତଜ୍ଞତା।
