ଓଡ଼ିଶାରେ ଭିଜିଲାନ୍ସ ଚଢ଼ାଉ ଇତିହାସରେ ଆଉ ଗୋଟିଏ ବଡ଼ ଘଟଣା ସାମ୍ନାକୁ ଆସିଛି। କଟକ ଖଣି ବିଭାଗର ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଘରେ ହୋଇଥିବା ଚଢ଼ାଉ ସମୟରେ ୪ କୋଟି ଟଙ୍କାରୁ ଅଧିକ ନଗଦ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି।ସୂଚନାନୁସାରେ, ପ୍ରାୟ ୨୧ ବର୍ଷ ପୂର୍ବେ ସେ ମାସିକ ମାତ୍ର ୮ ହଜାର ଟଙ୍କା ଦରମାରେ ଚାକିରି ଆରମ୍ଭ କରିଥିଲେ। ବର୍ତ୍ତମାନ ଭିଜିଲାନ୍ସ ଚଢ଼ାଉ ବେଳେ ଏତେ ବଡ଼ ପରିମାଣର ନଗଦ ଟଙ୍କା ମିଳିବା ଘଟଣା ଚର୍ଚ୍ଚାକୁ ଆଣିଛି।
କଟକ ଖଣି ବିଭାଗର ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଘରେ ହୋଇଥିବା ଚଢ଼ାଉ ସମୟରେ ୪ କୋଟି ଟଙ୍କାରୁ ଅଧିକ ନଗଦ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି।
