କଂଗ୍ରେସ ର ସଂଗଠନ ସୃଜନ ଅଭିଯାନ କାର୍ଯ୍ୟକ୍ରମ
ରାୟଗଡା (ଅମୁଲ୍ୟ ନିଷଙ୍କ ): କୋଲନରା ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମର ଆମ୍ୱ ତୋଟା ନିକଟରେ ଥିବା କଲ୍ୟାଣ ମଣ୍ଡପ ପରିସର ମଧ୍ୟରେ କଂଗ୍ରେସ ଦଳ ପକ୍ଷରୁ ସଂଗଠନ ସୃଜନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ବ୍ଲକ କଂଗ୍ରେସ କମିଟି ସଭାପତି ଡ.ଆଇ ଗୋବର୍ଦ୍ଧନ ରାଓଙ୍କ ତତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏଆଇସିସି ପର୍ଯ୍ୟବେକ୍ଷକ ରିଜୱାନ ଅର୍ଶଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପିସିସି ପର୍ଯ୍ୟବେକ୍ଷକ ଚିନ୍ମୟସୁନ୍ଦର ଦାସ, ସ୍ଥାନୀୟ ବିଧାୟକ ନୀଳମାଧବ ହିକକା, ପିସିସି ସଭ୍ୟ ଶଙ୍କର୍ଷଣ ମଙ୍ଗରାଜ ଓ ଜଗନ୍ନାଥ ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟା ସୁନୀତା ତାଡିଙ୍ଗି ଏବଂ ବରିଷ୍ଠ କଂଗ୍ରେସ ନେତା ଲେଙ୍କା କଣ୍ଡାଗରୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ | କଂଗ୍ରେସ ଦଳକୁ ଆଗାମୀ ପଞ୍ଚାୟତ ନିର୍ବାଚନରେ ସମସ୍ତେ ମିଳିମିଶି ଶକ୍ତିଶାଳୀ କରିବା, ପୁରୁଣା କର୍ମୀ ମାନଙ୍କୁ ଦଳରେ ସାମିଲ କରିବା ସହ ରାହୁଲ ଗାନ୍ଧୀଙ୍କ ବାର୍ତ୍ତା ଘରେ ଘରେ ପହଞ୍ଚାଇବା ଆଦି ବିଷୟରେ ଶ୍ରୀ ଅର୍ଶଦ ଉପସ୍ଥିତ କର୍ମକର୍ତ୍ତା ମାନଙ୍କୁ କହିଥିଲେ ଏବଂ କର୍ମୀ ମାନଙ୍କ ସହ ଆଲୋଚନା କରିଥିଲେ | ଉଭୟ ବିଜେଡି ଓ ବିଜେପିକୁ ପ୍ରତ୍ୟାଖ୍ୟାନ କରି କଂଗ୍ରେସ ଦଳୀୟ ବିଧାୟକ ପ୍ରାର୍ଥୀଙ୍କୁ ଲୋକେ ଆସ୍ଥା ଓ ବିଶ୍ୱାସ ରଖି ଜିଲ୍ଲାର ୩ ଗୋଟି ନିର୍ବାଚନ ମଣ୍ଡଳୀରୁ ୩ ଜଣ କଂଗ୍ରେସ ବିଧାୟକଙ୍କୁ ବିପୁଳ ଭୋଟ ଦେଇ ବିଜୟୀ କରାଇଛନ୍ତି | ତେଣୁ ଲୋକଙ୍କ ସମସ୍ୟାର ସମାଧାନ କରି କାର୍ଯ୍ୟ କରିବା ସହ ବୁଥ ସ୍ତରରୁ ଆରମ୍ଭ କରି ରାଜ୍ୟ ସ୍ତର ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକର୍ତ୍ତା ମିଶି କାମ କଲେ ଓଡ଼ିଶାରେ କଂଗ୍ରେସ ସରକାର ନିଶ୍ଚୟ ଗଠନ ହୋଇପାରିବ ବୋଲି ମୁଖ୍ୟ ଅତିଥି ଶ୍ରୀ ଅର୍ଶଦ ମତପ୍ରକାଶ କରିଥିଲେ |
କଂଗ୍ରେସ ର ସଂଗଠନ ସୃଜନ ଅଭିଯାନ କାର୍ଯ୍ୟକ୍ରମ
