ଓଭର ଟେକ୍ ହେଲା କାଳ ,ଗଛକୁ ପିଟି ହୋଇ ଯୁବକ ମୃତ ।

ଓଭର ଟେକ୍ ହେଲା କାଳ ,ଗଛକୁ ପିଟି ହୋଇ ଯୁବକ ମୃତ ।

– ଓଭର ଟେକ୍ ହେଲା କାଳ ,ଗଛକୁ ପିଟି ହୋଇ ଯୁବକ ମୃତ ।

ଗଜପତି ,୧୯.୨(ମନୋଜ ପାଢ଼ୀ)- ଗାଡ଼ି ଓଭର ଟେକ୍ ବେଳେ ଗଛକୁ ପିଟି ହୋଇ ଯୁବକଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ଆର.ଉଦୟଗିରି ହାଇସ୍କୁଲ ସାମ୍ନାରେ ରେ । ମୃତ ଯୁବକ ଜଣକ ହେଲେ ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ସୁଣ୍ଡୁରୁବା ଗ୍ରାମର ସନ୍ତୋଷ ରଇତ ଙ୍କ ପୁଅ ପ୍ରିୟ ରଞ୍ଜନ ରଇତ । ସୂଚନା ପ୍ରକାରେ ଆର.ଉଦୟଗିରି ହାଇସ୍କୁଲ ସାମ୍ନାରେ ହାଇସ୍କୁଲ ର ଶିକ୍ଷକ ଜଣକ ସ୍କୁଲ ଭିତରକୁ ଗାଡ଼ି ବୁଲାଇବା ସମୟରେ ବାଇକ ଚାଳକ ଦୃତ ଗତିରେ ଆସି କାର କୁ ପଛପଟୁ ଧକ୍କା ଦେଇ ଗଛକୁ ପିଟି ହୋଇଥିଲା । ଫଳରେ ମୁଣ୍ଡକୁ ଗଭୀର ଆଘାତ ଲାଗି ରକ୍ତସ୍ରାବ ହୋଇ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି । ଘଟଣା ସ୍ଥଳରେ ଆର.ଉଦୟଗିରି ପୋଲିସ ପହଞ୍ଚି ତଦନ୍ତ ଜାରି ରଖିବା ସହ ଉଭୟ ଗାଡ଼ିକୁ ଜବତ କରିଛି ।