ଓଡିଶା – ଆନ୍ଧ୍ର ସୀମାନ୍ତ ଆନ୍ଧ୍ରର ବାରୁଆ ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା , ଘଟଣାରେ ତିନି ମୃତ ।ଗଜପତି,୪.୧.୨୦୨୬.(ମନୋଜ ପାଢ଼ୀ ): ଓଡିଶା – ଆନ୍ଧ୍ର ସୀମାନ୍ତ ଆନ୍ଧ୍ରର ବାରୁଆ ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା , ଘଟଣାରେ ତିନି ଜଣକ ମୃତ ଘଟିଥିବା ବେଳେ ଜଣେ ଶିଶୁକନ୍ୟା ସମେତ ଦୁଇ ଗୁରୁତର ଆହତ ହୋଇଛନ୍ତି । ସମସ୍ତେ ଗୋଟିଏ ପରିବାରର ସଦସ୍ୟ ହୋଇଥିବା ସୂଚନା । ଗୋଟିଏ ଇନୋଭା କାରରେ ୫ ଜଣ ଭୁବନେଶ୍ଵର ରୁ ବିଶାଖାପାଟଣା ଯାଉଥିବା ବେଳେ ଘଟିଛି ଦୁର୍ଘଟଣା । ଏକ ଦୁଇଚକିଆ ଯାନକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ସମୟରେ, ଏକ ଟ୍ରକ ନିୟନ୍ତ୍ରଣ ହରାଇ ଡିଭାଇଡର୍ ଡେଇଁ ସାମ୍ନା ପଟୁ ଆସୁଥିବା ଏକ କାରକୁ ଧକ୍କା ଦେଇଥିଲା। ତା’ପରେ ଟ୍ରକ କ୍ଷେତରେ ପଶିଯାଇଛି । ଘଟଣା ବିଷୟରେ ଜାଣିବା ପରେ, ୧୦୩୩ ଜାତୀୟ ରାଜପଥ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଚିକିତ୍ସା ପାଇଁ ବାରୁଆ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। ସୂଚନା ଥାଉକି ଘଟଣା ସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଡାକ୍ତର ଖାନାରେ ଆଉ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଏବେବି ଦୁଇଜଣଙ୍କ ଅବସ୍ଥା ଗୁରୁତ୍ତର ଥିବା ବେଳେ ଆହାତଙ୍କ ମଧ୍ୟରେ ଜଣେ ଛୋଟ ଶିଶୁ ରହିଛନ୍ତି । ମୃତକ ଏବଂ ଆହାତ ସମସ୍ତଙ୍କ ଘର ବାଲେଶ୍ଵର ବୋଲି ଜଣା ପଡିଛି ।
ଓଡିଶା – ଆନ୍ଧ୍ର ସୀମାନ୍ତ ଆନ୍ଧ୍ରର ବାରୁଆ ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା , ଘଟଣାରେ ତିନି ମୃତ ।
