ଓଡ଼ିଶା ମର୍ଚ୍ଚାଣ୍ଟ ନେଭି କ୍ୟାଡେଟ୍ ସାର୍ଥକ ମହାପାତ୍ର ନିଖୋଜ

ଓଡ଼ିଶା ମର୍ଚ୍ଚାଣ୍ଟ ନେଭି କ୍ୟାଡେଟ୍ ସାର୍ଥକ ମହାପାତ୍ର ନିଖୋଜ

ଓଡ଼ିଶା ମର୍ଚ୍ଚାଣ୍ଟ ନେଭି କ୍ୟାଡେଟ୍ ସାର୍ଥକ ମହାପାତ୍ର ନିଖୋଜ

ଭୁବନେଶ୍ୱର: ଓଡ଼ିଶାର ମର୍ଚ୍ଚାଣ୍ଟ ନେଭି କ୍ୟାଡେଟ୍ ସାର୍ଥକ ମହାପାତ୍ର ନିଖୋଜ ଘଟଣାକୁ ନେଇ ଚିନ୍ତା ବଢ଼ିଛି। ଏହି ଘଟଣାରେ ପ୍ରିନ୍ସପାଲ୍ ରେସିଡେଣ୍ଟ କମିଶନର (PRC) ବିଶାଲ ଗଗନ କେନ୍ଦ୍ର ସରକାରଙ୍କ ୪ଟି ବିଭାଗକୁ ଚିଠି ଲେଖିଛନ୍ତି। ବନ୍ଦର, ସିପିଂ ଓ ଜଳପଥ ସଚିବଙ୍କ ସହ ବୈଦେଶିକ ସଚିବ, ସ୍ୱରାଷ୍ଟ୍ର ସଚିବ ଓ ସିପିଂ ଡିଜିଙ୍କୁ ମଧ୍ୟ ଚିଠି ପଠାଯାଇଛି।ସୂଚନାନୁସାରେ, ଗତ ୩ ତାରିଖରୁ ‘EA Jersey’ ନାମକ ଭେସେଲ୍‌ରୁ ସାର୍ଥକ ନିଖୋଜ ଅଛନ୍ତି। ଡ୍ୟୁଟି ସମୟରେ ମଝି ସମୁଦ୍ରରୁ ସେ ଅଦୃଶ୍ୟ ହୋଇଯାଇଥିବା କୁହାଯାଉଛି। ଘଟଣାକୁ ନେଇ ପରିବାରରେ ଚିନ୍ତା ଓ ଅଶାନ୍ତି ବ୍ୟାପିଛି।ଏନେଇ ସାର୍ଥକଙ୍କ ମା’ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଅବଗତ କରାଇଥିବା ବେଳେ, ଚିଠିରେ ତୁରନ୍ତ ଖୋଜଖବର କରି ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ନିବେଦନ କରିଛନ୍ତି। ଏହି ଘଟଣାରେ କେନ୍ଦ୍ର ଓ ରାଜ୍ୟ ସରକାର ପକ୍ଷରୁ ତତ୍ପରତା ଜାରି