ଓଡ଼ିଶା ଭାରତର ପ୍ରଥମ ଡିଜିଟାଲ୍ ଜନଗଣନା ପ୍ରକ୍ରିୟା ଓଡ଼ିଶାରେ ଆରମ୍ଭ ହୋଇଛି ।
ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ‘ସ୍ୱ-ଗଣନା’ ପ୍ରକ୍ରିୟାରେ ଭାଗ ନେଇ ନିଜ ପରିବାରର ତଥ୍ୟ ଡିଜିଟାଲ୍ ପୋର୍ଟାଲରେ ଦାଖଲ କରିଛନ୍ତି । ଏଥର ଜନଗଣନାରେ ଲୋକମାନଙ୍କୁ ଏକ ସୁବିଧା ଦିଆଯାଇଛି, ଯେଉଁଥିରେ ସେମାନେ ଜନଗଣନା କର୍ମଚାରୀଙ୍କ ଅପେକ୍ଷା ନକରି ନିଜେ ଅନଲାଇନ୍ ମାଧ୍ୟମରେ ନିଜ ପରିବାରର ବିବରଣୀ ଦେଇପାରିବେ । ଏହାକୁ ହିଁ ‘ସେଲ୍ଫ୍ ଏନୁମେରେସନ୍’ କୁହାଯାଉଛି । ଏହି ପ୍ରକ୍ରିୟାରେ ସାମିଲ ହେବା ପରେ ନବୀନ ପଟ୍ଟନାୟକ ସମସ୍ତ ଓଡ଼ିଶାବାସୀଙ୍କୁ ଏଥିରେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି । ଗଣେଶ ପାଣିଗ୍ରାହୀ ରିପୋର୍ଟ
