ଓଡ଼ିଆ ପକ୍ଷ ପାଳନ ଅବସରରେ ” ଲୋକ କଳା ପାଇଁ ଦିନଟିଏ”

ଓଡ଼ିଆ ପକ୍ଷ ପାଳନ ଅବସରରେ " ଲୋକ କଳା ପାଇଁ ଦିନଟିଏ"

ଓଡ଼ିଆ ପକ୍ଷ ପାଳନ ଅବସରରେ ” ଲୋକ କଳା ପାଇଁ ଦିନଟିଏ”

ଗଜପତି,(ମନୋଜ ପାଢ଼ୀ)-: ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଓଡ଼ିଆ ପକ୍ଷ ୨୦୨୬ ପାଳନର ଅବସରରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌରପରିଷଦ ପକ୍ଷରୁ ପୌର ପରିଷଦ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି ” ଲୋକ କଳା ପାଇଁ ଦିନଟିଏ” କାର୍ଯ୍ୟକ୍ରମ । ପାରଳା ପୌରଧ୍ଯକ୍ଷା ନିର୍ମଳା ସେଠୀ କାର୍ଯ୍ୟକ୍ରମରେ ଅଧ୍ଯକ୍ଷତା କରି କଳାକୁ ବୃତ୍ତି ଭାବେ ଗ୍ରହଣ କରି ଯେଉଁ କଳାକାର ମାନେ ଲୋକ କଳା ଓ ସଂସ୍କୃତିକୁ ବଞ୍ଚାଇ ରଖୁଛନ୍ତି, ସେମାନଙ୍କୁ ଉତ୍ସାହିତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ଅନ୍ୟପକ୍ଷରେ ଆମ କଳା ଆମ ପରିଚୟ, ତାକୁ ପ୍ରାଧାନ୍ୟ ଦେଇ ଏଭଳି କାର୍ଯ୍ୟକ୍ରମ କରାଯିବା ଆଭିମୁଖ୍ଯ ରହିଛି ବୋଲି କହିଥିଲେ । ପାରଳା ବିଧାୟକ ଇଂ ରୁପେଶ ପାଣିଗ୍ରାହୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପାରଳାଖେମୁଣ୍ଡି ସହର କଳା ଓ ସଂସ୍କୃତିର ଭଣ୍ଡାର । ଏଠି ସାହି ସାହିରେ କଳା ସଂସ୍କୃତିକୁ ପ୍ରାୟ ସବୁ ଘରେ ପାଇବେ । ଶିଙ୍ଘ କାମ, ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ ଏଭଳି ବିଭିନ୍ନ କ୍ଷେତ୍ରରେ ପାରଳାଖେମୁଣ୍ଡି ନାମ ଅର୍ଜନ କରିଆସିଛି । ପାରଳା ମହାରାଜା ମଧ୍ୟ ଏ ସବୁକୁ ଉତ୍ସାହିତ କରି ଆସୁଥିଲେ । ଆଗାମୀ ପିଢ଼ି ମଧ୍ଯ ତାଙ୍କ ମଧ୍ଯ ତାଙ୍କ ପାଖରୁ ସମସ୍ତେ ସ୍ତେ ଉତ୍ସାହିତ ହୋଇ ପାରଳାର କଳା ସଂସ୍କୃତିକୁ ବଜାୟ ରଖିବାକୁ ହେବ ବୋଲି କହିଥିଲେ ।

ଏହି ଅବସରରେ ଲୋକକଳା ଓ ଲୋକ ସଂସ୍କୃତିକୁ ଉଜ୍ଜୀବିତ କରି ରଖୁଥୁବା ୬ ଜଣ ବରିଷ୍ଠ କଳାକାରଙ୍କୁ ପୌର ପରିଷଦ ପକ୍ଷରୁ ଉତ୍ସାହିତ କରି ଉପଢୌକନ ଓ ପ୍ରମାଣପତ୍ର ଦେଇ ସମ୍ମାନିତ କରିଥିଲେ । ସମ୍ମାନିତ ହୋଇଥିବା ବରିଷ୍ଠ କଳାକାର ମାନେ ହେଲେ କଣ୍ଠଶିଳ୍ପୀ ନୃସିଂହ ପ୍ରସାଦ ପାଢ଼ୀ, ମଞ୍ଚ ଅଭିନେତା ନୃସିଂହ ଚରଣ ପଟ୍ଟ ଟ୍ଟନାୟକ, କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ରଘୁନାଥ ପାତ୍ର, ମଞ୍ଚ ନିର୍ଦ୍ଦେଶକ ଦେବେନ୍ଦ୍ର ଦାସ, ନୃତ୍ୟ ନିର୍ଦ୍ଦେଶକ ଭି: ହେମଗିରି, ପାଇକ ଆଖଡ଼ାରେ କଳାକର ତିରୁପତି ପାତ୍ର ପ୍ରମୁଖ କଳାକାର ମାନଙ୍କୁ ମାନପତ୍ର ସହ ସମ୍ମାନୀତ କରା ଯାଇଥିଲା ।