ଏମ୍ କେ ଏସ୍ ପି ଭଲିବଲ୍ ଟୁର୍ଣ୍ଣାମେଣ୍ଟ, ରେଣ୍ଡମ୍ ସିକ୍ସ ସେମି ଫାଇନାଲ..

ଏମ୍ କେ ଏସ୍ ପି ଭଲିବଲ୍ ଟୁର୍ଣ୍ଣାମେଣ୍ଟ, ରେଣ୍ଡମ୍ ସିକ୍ସ ସେମି ଫାଇନାଲ..

ଏମ୍ କେ ଏସ୍ ପି ଭଲିବଲ୍ ଟୁର୍ଣ୍ଣାମେଣ୍ଟ, ରେଣ୍ଡମ୍ ସିକ୍ସ ସେମି ଫାଇନାଲ….

କନ୍ଧମାଳ -୨୫/୦୧ (ରିପୋର୍ଟ କୁନା ଦିଗାଲ)ରେ ସଂଘର୍ଷପୂର୍ଣ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ପ୍ରଥମ ମ୍ୟାଚ୍ ଟି ରାଇକିଆ ଓ ରେଣ୍ଡମ୍ ସିକ୍ସ ମଧ୍ୟରେ ପ୍ରଥମାର୍ଦ୍ଧରେ ଅନୁଷ୍ଠିତ ହୋଇଥିଲା। ସେଥିରେ ରେଣ୍ଡମ୍ ସିକ୍ସ ବିଜୟୀ ହୋଇ ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି।ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଜିଲ୍ଲା କ୍ରୀଡ଼ା ସଂଘର ସଂପାଦକ ତଥା ବରିଷ୍ଠ ଆଇନଜୀବୀ ଶିବପ୍ରସାଦ ତ୍ରିପାଠୀ, ସମ୍ମାନିତ ଅତିଥି ରୂପେ ସାମ୍ବାଦିକ ତଥା କ୍ରୀଡାବିତ୍ ପ୍ରଶାନ୍ତ କୁମାର ବେହେରା ଏବଂ କ୍ରୀଡାବିତ୍ ଅଶୋକ ପଟ୍ଟନାୟକ ଯୋଗଦେଇ ଏମ୍ କେ ଏସ୍ ପି ଦ୍ୱାରା ଆୟୋଜିତ ଏହି ପଞ୍ଚ ଦିବସୀୟ ଟୁର୍ଣ୍ଣାମେଣ୍ଟ ବିଭିନ୍ନ ଜିଲ୍ଲାର ଖେଳାଳୀଙ୍କୁ ଦକ୍ଷତା ପ୍ରଦର୍ଶନରେ ସହାୟକ ହେବ ବୋଲି ମତପୋଷଣ କରିଥିଲେ ।

ସେପରି ଦ୍ୱିତୀୟାର୍ଦ୍ଧରେ ଗଜପତି ଜିଲ୍ଲାର ଖୋଲି ସିକ୍ସ ଟିମ୍ ଓ କୁର୍ତ୍ତମଗଡ ମଧ୍ୟରେ ସଂଘର୍ଷପୂର୍ଣ ମ୍ୟାଚ୍ ଖେଳାଯାଇଥିଲା ଏବଂ ଖୋଲି ସିକ୍ସ ବିଜୟୀ ହୋଇ ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି।ଉଭୟ ମ୍ୟାଚର ରେଫରୀ ଭାବରେ କ୍ରୀଡା ଶିକ୍ଷକ ଗୈାରଚନ୍ଦ୍ର ମହାନ୍ତି ଦାୟିତ୍ୱ ନିର୍ବାହ କରିଥିଲେ।ଏହି ମ୍ୟାଚରେ ମୁଖ୍ୟ ଅତିଥି ରୂପେ ପୂର୍ବତନ ଜିଲ୍ଲା ମଙ୍ଗଳ ଅଧିକାରୀ ସୀମାଞ୍ଚଳ ବେହେରା ଯୋଗଦେଇ କ୍ରୀଡାବିତ୍ ମାନଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି କରିବାରେ ଖେଳ ଶ୍ରେଷ୍ଠ ମାଧ୍ୟମ ବୋଲି ପ୍ରକାଶ କରିବା ସହ ଏମ୍ କେ ଏସ୍ ପି ଦୀର୍ଘ ଛଅ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ସାହିତ୍ୟ, ସଂସ୍କୃତି ଓ କ୍ରୀଡାର ପ୍ରସାର ପାଇଁ ପଦକ୍ଷେପ ନେଇ ଆସୁଥିବାରୁ ତାହାର ଉଚ୍ଚ ପ୍ରଶଂସା କରିଥିଲେ।

ଏମ୍ କେ ଏସ୍ ପି ସଭାପତି ବିଜୟକୃଷ୍ଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ କୋଷାଧ୍ୟକ୍ଷ କିଶୋର ମିଶ୍ର, ଉପଦେଷ୍ଟା ପ୍ରତାପ ପାତ୍ର, ବିଜୟ ମହାନ୍ତି, ବିପିନ୍ ପଟ୍ଟନାୟକ, ସତ୍ୟବ୍ରତ ପାତ୍ର,ଶଶୀଭୂଷଣ ପ୍ରଧାନ, ଦିଲ୍ଲୀପ ବାଘ, ରଜତ ପଟ୍ଟନାୟକଙ୍କ ସମେତ ଉପସଭାପତି ପ୍ରସନ୍ନ ବିଷୋୟୀ,ପ୍ରଭାତ ଦାସ୍ , ଶରତ ପଟ୍ଟନାୟକ ଓ ଅନୁଷ୍ଠାନର ସମସ୍ତ ସଦସ୍ୟଙ୍କ ସହଯୋଗରେ ତୃତୀୟ ଦିବସର ଦୁଇଟି ମ୍ୟାଚ୍ ସଫଳତାର ସହ ଆୟୋଜିତ ହୋଇଥିଲା। ଆସନ୍ତାକାଲି ଦୁଇ ବିଜୟୀ ଦଳଙ୍କ ମଧ୍ୟରେ ଦ୍ଵିତୀୟ ସେମିଫାଇନାଲ ଅନୁଷ୍ଠିତ ହେବ ବୋଲି ଜଣାପଡିଛି।