ଏମଜିଏନଆରଜିଏସ ନାମରେ ଲାକ୍ଷାଧିକ ଟଙ୍କା ହଡପ ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ ।

ଏମଜିଏନଆରଜିଏସ ନାମରେ ଲାକ୍ଷାଧିକ ଟଙ୍କା ହଡପ ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ ।

ଏମଜିଏନଆରଜିଏସ ନାମରେ ଲାକ୍ଷାଧିକ ଟଙ୍କା ହଡପ ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ ।

ଗଜପତି : ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଲୋକଙ୍କ ନିକଟରେ ପହଂଚାଇବା ଓ ସେବା ଯୋଗାଣ ନାମରେ ବହୁଗୁଡ଼ିଏ ଜନ ସେବା କେନ୍ଦ୍ର ପରିଚାଳିତ ହେଉଛି କିଛି ସ୍ଥାନୀୟ ବେକାରୀ ଯୁବକ/ ଯୁବତୀ ଙ୍କ ଦ୍ୱାରା କିନ୍ତୁ ଏହି ଜନ ସେବା କେନ୍ଦ୍ର ଗୁଡିକ ନାମରେ ବହୁସମୟରେ ଲୋକଙ୍କୁ ସେବା ଦେବା ବଦଳରେ ଠକିବାର ନଜରକୁ ଆସୁଛି । ଏହିଭଳି ଏକ ଘଟଣା ଘଟିଛି ଗଜପତି ଜିଲ୍ଲା ନୂଆଗଡ ବ୍ଲକ ର ଖାଜୁରୀପଦା ସ୍ଥିତ ଜନ ସେବା କେନ୍ଦ୍ର କେନ୍ଦ୍ର ମାଲିକ ଗୁରୁସନ ସ୍ପଳସିଂ ନାମରେ , ଗଜପତି ଜିଲ୍ଲାପାଳଙ୍କୁ ଅଭିଯୋଗ ପ୍ରକାରେ କେ ଝଳାରସିଂ ଗ୍ରାମର 35 ଗୋଟି ମହିଳା ସୁରେନ୍ଦ୍ର ସ୍ପଳସିଂ ଓ ଗୁରୁସନ ନାମରେ ଅଭିଯୋଗ କରିଛନ୍ତି ଯେ ଗୁରୁସନ ମାଣ୍ଡିଆ ଋଣ କରାଇ ଲକ୍ଷାଧିକ ଟଙ୍କା ଉଠାନା କରିଛନ୍ତି ଓ ଟଙ୍କା ଉଠାଣ ସମୟରେ ଏମଜିଏନଆରଜିଏସ କହି ଉଠାଣ କରିଛନ୍ତି ଯାହା ଫଳରେ ସେମାନଙ୍କ ଦୁଇ କିସ୍ତିର ସୁଭଦ୍ରା ଟଙ୍କା ଆସିନାହିଁ । ବିଶେଷ ସୂତ୍ରରୁ ଶୁଣିବାକୁ ଯେ ଏହିଭଳି ଆଉ ଏକ ସମାନ ଅଭିଯୋଗଜ ଗୁରୁସେନ ଓ ସୁରେନ୍ଦ୍ର ନାମରେ ସେରଙ୍ଗ ପୋଲିସ ଥାନାରେ କରାଯାଇଛି ଓ ଏହାର ତଦନ୍ତ ଚାଲୁଛି କିନ୍ତୁ କିଛି ନିଦ୍ଧିଷ୍ଟ ଗଣମାଧ୍ୟମ ପ୍ରକୃତ ଅଭିଯୋଗକୁ ଅଣଦେଖା କରାଯାଉଥିବାର ନଜରକୁ ଆସୁଛି ତେଣୁ ଏହାର ପ୍ରକୃତ ତଦନ୍ତ କରି ଦୋଷୀକୁ ଦଣ୍ଡିତ କରାଯିବାକୁ ସ୍ଥାନୀୟ ଲୋକଙ୍କ ଦ୍ୱାରା ଦାବି କରାଯାଉଛି ।

ଏହି ବିଷୟରେ ସେରଙ୍ଗ ଥାନା ଅଧିକାରୀଙ୍କୁ ଯୋଗାଯୋଗ କରିଯିବାରୁ ସେ କହିଥିଲେ ଯେ ଅଭିଯୋଗ କାରୀମାନେ ସୁଭଦ୍ରା ଟଙ୍କା ନମିଳିବାଯୋଗୁ ଅଭିଯୋଗ କରିଥିଲେ କିନ୍ତୁ ପରବର୍ତୀ ସମୟରେ ଅଭିଯୋଗକାରୀ ମାନେ ଥାନା କୁ ଆସି ଉଭୟ ପକ୍ଷ ସମାଧାନ କରି ଯାଇଛନ୍ତି ଓ ଯାହା ନାମରେ ଅଭିଯୋଗ କରିଥିଲେ ସେହି ବ୍ୟକ୍ତି ଅଭିଯୋଗ କାରୀମାନଙ୍କୁ ସମସ୍ତ କାଗଜପତ୍ର ହସ୍ତାନ୍ତର କରିଛିନ୍ତି ,ବର୍ତ୍ତମାନ କାହାର କିଛି ଅଭିଯୋଗ ନାହିଁ ।

ମାଣ୍ଡିଆ ବିକ୍ରୟ ଅନିୟମିତତା ବିଷୟରେ ନୂଆଗଡ ବ୍ଲକ କୃଷି ଅଧିକାରୀଙ୍କ ମତ ହେଲା ଏହି ବିଷୟରେ ସେ ଜାଣିନାହାନ୍ତି ଓ ଚାଷୀ ମାଣ୍ଡିଆ ବିକ୍ରୟ ପାଇଁ ପଞ୍ଜିକରଣ ନିମେନ୍ତେ ନିଜେ ଆସି ତତ ସମ୍ପର୍କୀୟ କାଗଜପତ୍ର ଦେବା ସହିତ ଆଖି ସ୍କାନ କରାଯାଏ ଓ ମାଣ୍ଡିଆ ଆଣି ମଣ୍ଡିରେ ଦେବା ପରେ ପୁଣି ଥରେ ଆଖି ସ୍କାନ କରାଯାଇଥାଏ ତେଣୁ ଏଠାରେ ଅନିୟମିତତା ହେବାର ପ୍ରଶ୍ନ ଉଠୁନାହିଁ ।