ଏଣିକି ଗାଡି ମୋଟରରେ ରିଫ୍ଲାକ୍ଟର ଷ୍ଟିକର ଲଗେଇ 50 ଟଙ୍କା ଆଦାୟ ।

ଏଣିକି ଗାଡି ମୋଟରରେ ରିଫ୍ଲାକ୍ଟର ଷ୍ଟିକର ଲଗେଇ 50 ଟଙ୍କା ଆଦାୟ ।

ଏଣିକି ଗାଡି ମୋଟରରେ ରିଫ୍ଲାକ୍ଟର ଷ୍ଟିକର ଲଗେଇ 50 ଟଙ୍କା ଆଦାୟ ।

ଗଜପତି,୨୧.୧(ମନୋଜ ପାଢ଼ୀ):- ଦିନକୁ ଦିନ ରାସ୍ତାରେ ଗାଡିଚଳାଇବା ମୁସ୍କିଲ ହୋଇପଡୁଛି । ଘରୁ ଗାଡି ଧରି ବାହାରିଲେ କେତେବେଳେ ଫାଇନ ପଡୁଛି ତାହା ଜଣାପଡୁ ନଥିବା ବେଳେ ସଡକ ସୁରକ୍ଷା ନାମରେ ଏବେ ଦୁଇଚକିଆ ଯାନ ବାହାନରେ ରିଫ୍ଲାକ୍ଟର ଷ୍ଟିକର ଲଗାଇ ଟଙ୍କା ଆଦାୟ କରାଯାଉଛି । ସେପଟେ ପିୟୁସିସି, ପଲ୍ୟୁଶନ୍, ଇନ୍ସ୍ୟୁରାନ୍ସ ନାମରେ ଅଜଥା ଫାଇନକୁ ନେଇ ବିବାଦ ସୃଷ୍ଟି ହେଉଛି । ଲାଗୁଛି ଏବେ ଗାଡି ଚଳାଇବା ମାତ୍ରେ ଟଙ୍କା ଟଙ୍କା ଟଙ୍କା । ଏପରି ଏକ ଘଟଣା ଗୁରାଣ୍ଡି ଥାନା ଅନ୍ତର୍ଗତ ଉପଲଡା ଲିଙ୍ଗିପୁର ଛକ ଠାରେ ଦେଖିବାକୁ ମିଳିଛି । ଗୁରାଣ୍ଡି ପୋଲିସ ଉପସ୍ଥିତିରେ ଦିଲ୍ଲୀରୁ ଏକ ଏଜେନ୍ସି ଆସିଥିବା କହୁଥିବା ବେଳେ ଜଣେ ମହିଳା ଏବଂ ଜଣେ ପୁରୁଷ ବିଶେଷ କରି ଦୁଇ ଚକିଆ ଯାନର ଆଗ ଓ ପଛରେ ଏକ ରିଫ୍ଲାକ୍ଟର ଷ୍ଟିକର ଧରି ଲଗାଉଛନ୍ତି । ଷ୍ଟିକର ଲଗାଇବା ପରେ ସଙ୍ଗେ ସଙ୍ଗେ 50 ଟଙ୍କା ଅସୁଲ କରୁଛନ୍ତି । ତେବେ ସରକାରଙ୍କ ଏପରି ବିନା ଘୋଷଣାରେ ଷ୍ଟିକର ଲଗାଇ ଟଙ୍କା ନେବାକୁ ନେଇ ଚାଳକଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । କିଛି ଚାଳକ ସଡକ ସୁରକ୍ଷା ନାମରେ ଯଦି ଓ ଏହି ରିଫ୍ଲାକ୍ଟର ଷ୍ଟିକର ଲଗାଯାଉଛି ତେବେ ସରକାର କାହିଁକି ଘୋଷଣା କରିନାହାନ୍ତି । ଆମ୍ଭେ କୌଣସି କାମରେ ଗନ୍ତବ୍ୟସ୍ଥଳରେ ପହଞ୍ଚିବୁ କିପରି ଚିନ୍ତାଧାରାରେ ଗାଡି ଚାଳନା କରି ଯାଇଥାଉଁ । ତେବେ ଅଧାବାଟରେ ହଠାତ ଅଟକାଇ ଖଣ୍ଡିଏ ଷ୍ଟିକର ଲଗାଇ 50ଟଙ୍କା ମାଗିବା କେତେ ଦୂର ଯୁକ୍ତିଯୁକ୍ତ ବୋଲି କହିଛନ୍ତି । ଆଉ କେତେକ ଚାଳକ କହିଛନ୍ତି ଯେ ଯେଉଁ ଖଣ୍ଡିକ ଷ୍ଟିକର ଲଗାଉଛନ୍ତି ତାର ମୂଲ୍ୟ 10 ଟଙ୍କାରୁ 20 ଟଙ୍କା ହେବ ଏପରି ସ୍ଥଳେ 50 ଟଙ୍କା ନେବା ଗ୍ରହଣୀୟ ନୁହେଁ । ଯଦି ଓ ଏପରି ଷ୍ଟିକର ଖଣ୍ଡିକ ଲଗାଇବା ପାଇଁ ସରକାରଙ୍କ ନିର୍ଦ୍ଦେଶନାମା ରହିଛି କି ନାହିଁ ଆମ୍ଭଙ୍କୁ ଜଣାନାହିଁ କିନ୍ତୁ ଯଦି ଅଧାବାଟରେ ପୋଲିସ୍ ଅଟକାଉଛି ଏବଂ ଏମାନେ ଷ୍ଟିକର ଲଗାଇ ଟଙ୍କା ମାଗୁଛନ୍ତି ତାହା ସମ୍ପୂର୍ଣ୍ଣ ଗ୍ରହଣୀୟ ନୁହେଁ । ତେଣୁ ଏପରି କାର୍ଯ୍ୟକ୍ରମ କରିବା ପୂର୍ବରୁ ସଚେତନତା କରିବା ଆବଶ୍ୟକ ବୋଲି ଅନେକ ମତ ଦେଇଛନ୍ତି ।

ଅନ୍ୟପକ୍ଷରେ ଏହି ଷ୍ଟିକର ମାରିବା ସମୟରେ ଜଣେ ମହିଳା ନିଜକୁ ଦିଲ୍ଲୀରୁ ଆସିଥିବା କହିଥିବା ବେଳେ ଫୋଟ ଭିଡିଓ କରିବାକୁ ମନା କରିଦେଇଥିଲେ । ଏନେଇ ଜଣେ ଗାଡି ଚାଳକଙ୍କୁ ପଚାରିବାରେ କହିଥିଲେ ଯେ ମୁଁ ମେଡିକାଲ ଯାଇ ଆସୁଥିଲି ପୋଲିସ ଅଟକାଇଥିଲା ଆଉ ଷ୍ଟିକର ମରାଯାଇଥିଲା । ତୁରନ୍ତ 50 ଟଙ୍କା ଦିଅ ବୋଲି କୁହାଯାଇଥିଲା । ପକେଟରେ ଟଙ୍କା ନଥିଲେ ମଧ୍ୟ ମୁଁ ଫୋନ୍ ପେ କରିଥିଲି । ଯଦି ଓ ଆକାଉଣ୍ଟରେ ଟଙ୍କା ନଥାନ୍ତା ତେବେ ଏମାନେ ଗାଡି ଜବତ କରିଥାନ୍ତେ ବୋଲି କହିଛନ୍ତି । ସବୁଠୁ ଉଲ୍ଲେଖନୀୟ ବିଷୟ ହେଲା ଯେ ଯେଉଁମାନେ ଅନଲାଇନ୍ ରେ ଟଙ୍କା ଦେଉଛନ୍ତି ସେମାନଙ୍କୁ ଖଣ୍ଡେ ଖଣ୍ଡେ ରସିଦ ଦେଉଥିବା ବେଳେ ଯେଉଁମାନେ ହାତାହାତି ଟଙ୍କା ଦେଉଥିଲେ ସେମାନଙ୍କୁ କୌଣସି ରସିଦ ପ୍ରଦାନ କରାଯାଇନଥିବାର ଦେଖିବାକୁ ମିଳିଥିଲା । ପ୍ରଦାନ କରାଯାଇଥିବା ରଶିଦରେ ସରକାରୀ ଭାବେ କୌଣସି ସିଲ୍ ବା ଚିହ୍ନଟ ନଥିବା ବେଳେ ଲେଖାଯାଇଛି ଯେ ଟ୍ରାଫିକ୍ କଣ୍ଟ୍ରୋଲ କ୍ୟାମ୍ପ, ନ୍ୟାସନାଲ ହାଇୱେ ରିଫ୍ଲାକ୍ଟର ସର୍ଭିସେସ୍ । ଯଦି ଓ ଜାତୀରାଜପଥ ବିଭାଗ ତରଫରୁ କରାଯାଇଥାଏ ତେବେ ଲୋକଙ୍କୁ ସଚେତନତା କରିବା କଥା ବୋଲି ଆଲୋଚନା ହେଉଛି । ଏନେଇ ଗଜପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର କୁମାର ପଣ୍ଡାଙ୍କୁ ପଚାରିବାରେ କହିଛନ୍ତି ଯେ ଯଦି କେହି ଷ୍ଟିକର ବାବଦକୁ ଟଙ୍କା ଦିଅନ୍ତି ତେବେ ସେମାନଙ୍କ ଠାରୁ 20ରୁ30 ଟଙ୍କା ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି, ଯଦି କେହି କେହି ନ ଦିଅନ୍ତି ତେବେ କୌଣସି ବାରଣ ନଥିବା କହିଛନ୍ତି ।